/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753693580.jpg)
Operation Mahadev
ସୋମବାର ଦିନ ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି ସୁରକ୍ଷା ବାହିନୀ। ସନ୍ଦିଗ୍ଧ ଆତଙ୍କବାଦୀ ଗତିବିଧି ସମ୍ପର୍କିତ ସୂଚନା ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।
ଏହା ପୂର୍ବରୁ ସୁରକ୍ଷା ବାହିନୀ ଲିଡୱାସରେ ‘ଅପରେସନ ମହାଦେବ’ ଆରମ୍ଭ କରିଥିବାର ଏକ୍ସରେ ସୂଚନା ଦେଇଥିଲା। ଏହା ପରେ ପୁଣି ଏକ୍ସରେ ଆଉ ଏକ ପୋଷ୍ଟ କରି କହିଥିଲା ଯେ, " ଜୋରଦାର ଗୁଳିବିନିମୟରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଅପରେସନ ଜାରି ରହିଛି। ଅପରେସନ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ।,"
ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଦଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କମ୍ବିଂ ଅପରେସନ ସମୟରେ ସୈନ୍ୟମାନେ ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଦୁଇ ରାଉଣ୍ଡ ଗୁଳିର ଶବ୍ଦ ଶୁଣାଯାଇଥିଲା। ଏହା ପରେ ସୁରକ୍ଷାବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ। ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଦ୍ୱାରା ଅପରେସନ ମହାଦେବ ନାମକ ଏହି ମିଳିତ ଅଭ୍ୟାସ ଆରମ୍ଭ କରାଯାଇଥିଲା। ମୃତଦେହଗୁଡ଼ିକୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି। ଆତଙ୍କବାଦୀଙ୍କ ଆଡ୍ଡାରୁ ୧୭ଟି ଗ୍ରେନେଡ୍, ଗୋଟିଏ ଏମ୍୪ କାର୍ବାଇନ୍ ଏବଂ ଦୁଇଟି ଏକେ-୪୭ ରାଇଫଲ୍ ଏବଂ ରାସନ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)