Advertisment

ସଭାରେ ବିଧାୟକଙ୍କୁ ଟଣାଓଟରା, ଗୋଡେଇ ଗୋଡେଇ ମାଡ଼, ଭିଡିଓ ଭାଇରାଲ୍‌..

ନିର୍ଧୁମ ଛେଚା ଖାଇଲେ ବିଧାୟକ। ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ଲୋକେ। ଫଳରେ ବୈଠକ ଛାଡି ଦୌଡିଲେ ବିଧାୟକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ।

author-image
Manoranjan Behera
ଅଦ୍ୟତନ ହୋଇଛି
AAP MLA Gulab Singh Yadav

MLA Beaten

ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ନିର୍ବାଚନକୁ ନେଇ ବିଜେପି ଓ ଆପ୍‌ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ଆପ୍‌ ଦଳର ଜଣେ ବିଧାୟକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଲୋକେ । ଟିକେଟ୍‌ ବିକ୍ରି ଅଭିଯୋଗରେ ପ୍ରବଳ ଛେଚା ଖାଇଛନ୍ତି ବିଧାୟକ ଗୁଲାବ ସିଂ ଯାଦବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ବିଜେପି ର ଅନେକ ନେତା ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି । ଏଭଳି ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି ।

Advertisment

ସୂଚନା ମୁତାବକ, ଗତକାଲି ଦିଲ୍ଲୀ ଶ୍ୟାମ ବିହାରରେ ନିଜ କର୍ମକର୍ତ୍ତାଙ୍କ ସହ ଆପ୍ ବିଧାୟକ ଗୁଲାମ ସିଂହ ଯାଦବ ଏକ ବୈଠକ କରିଥିଲେ। ଏତିକି ବେଳେ ବିଧାୟକ ନିର୍ବାଚନ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ କର୍ମକର୍ତ୍ତାମାନେ ବିଧାୟକଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଫଳରେ ଜୀବନ ବିକଳରେ ଆପ୍ ବିଧାୟକ ବୈଠକ ଛାଡି ଦୌଡି ପଳାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଏହି ଘଟଣାକୁ ନେଇ ବିଜେପି ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, ‘ସଚ୍ଚୋଟ ରାଜୀନତି’ର ନାଟକରେ ଲିପ୍ତ ଥିବା ଦଳର ଏହା ହେଉଛି ଅଦ୍ଭୁତପୂର୍ବ ଦୃଶ୍ୟ। ଆପ୍ ଦୁର୍ନୀତିରେ ଏତେ ବୁଡି ରହିଛି ଯେ, ତା’ର ସଦସ୍ୟମାନେ ମଧ୍ୟ ସେମାନଙ୍କର ବିଧାୟକଙ୍କୁ ଛାଡୁନାହାନ୍ତି। ଆଗମୀ ଏମ୍‌ସିଡି ନିର୍ବାଚନରେ ମଧ୍ୟ ଏଭଳି ହିଁ କିଛି ଫଳାଫଳ ଆପ୍‌କୁ ଅପେକ୍ଷା କରିଛି।

Advertisment

ଦିଲ୍ଲୀ ବିଜେପି ଟ୍ୱିଟ୍ କରି ଟିକେଟ୍ ବିକ୍ରିକୁ ନେଇ ଗୁଲାବ ସିଂହ ଯାଦବଙ୍କୁ କର୍ମୀମାନେ ମାଡ ମାରିଥିବା ଅଭିଯୋଗ କରିଛି । ଏଭଳି ଆଗକୁ ଆପ୍‌ର ସମସ୍ତ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କ ନମ୍ବର ଆସିବ ବୋଲି ବିଜେପି କେଜ୍ରିୱାଲଙ୍କୁ ବାଣ ମାରି କହିଛି।

ସେପଟେ ଏହି ଅଭିଯୋଗକୁ ମାଡ ଖାଇଥିବା ଆପ୍ ବିଧାୟକ ଗୁଲାବ ସିଂହ ଯାଦବ ଖଣ୍ଡନ କରିଛନ୍ତି। ବିଜେପି ଅଯଥାରେ ମିଛ ଅଭିଯୋଗ ଆଣୁଥିବା ସେ କହିଛନ୍ତି ।

Viral Video AAP
Advertisment
Advertisment