Advertisment

ISRO Launch: ସେଞ୍ଚୁରୀ ମାରିଲା ଶ୍ରୀହରିକୋଟା, ଏନଭିଏସ-୦୨ର ସଫଳ ଉତକ୍ଷେପଣ

ବୁଧବାର ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଏହା ସହିତ ଭାରତୀୟ ସ୍ପେଶ ମିଶନରେ ଆଉ ଏକ ସଫଳ ଉପଲବ୍ଧି ଯୋଡିବାରେ ସମର୍ଥ ହୋଇଛି ଇସ୍ରୋ।

ISRO

ISRO

Advertisment

ବୁଧବାର ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଏହା ସହିତ ଭାରତୀୟ ସ୍ପେଶ ମିଶନରେ ଆଉ ଏକ ସଫଳ ଉପଲବ୍ଧି ଯୋଡିବାରେ ସମର୍ଥ ହୋଇଛି ଇସ୍ରୋ। ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟାରେ ଏହା ଥିଲା ଶତକୀୟ ଲଞ୍ଚ। ଜିଏସଏଲଭି ରକେଟ ସାହାଯ୍ୟରେ ୨୨୫୦ କିଗ୍ରାର ସାଟେଲାଇଟ ଉତକ୍ଷେପଣ କରାଯାଇଛି।

Advertisment

ଏବେ ପ୍ରାୟ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି GPS ବ୍ୟବହାର କରାଯାଉଛି । ତେବେ ଭାରତ ନିଜସ୍ବ ସ୍ବଦେଶୀ ନାଭିଗେସନ୍ ସିଷ୍ଟମ୍ 'ନାଭିକ୍' ପ୍ରତିଷ୍ଠା ପାଇଁ ଯୋଜନା ରଖିଛି । ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ଏନଭିଏସ-୦୨। ବୁଧବାର ଉତକ୍ଷେପଣ ହେବାର ୧୯ ମିନିଟ ମଧ୍ୟରେ ଏହା ଜିଓଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟରେ ପ୍ରବେଶ କରିଥିଲା। ଏହି ସାଟେଲାଇଟ ଜରିଆରେ ପାଣିପାଗ ଓ କମ୍ୟୁନିକେସନ ସମ୍ପର୍କିତ ରିପୋର୍ଟ ସହଜରେ ଉପଲବ୍ଧ ହୋଇପାରିବ।

ଅଧିକ ପଢ଼ନ୍ତୁ: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ, ଲଂଚ ହେବ ସ୍ପେଡେକ୍ସ ମିଶନ୍

ଭାରତୀୟ ସୀମାର ୧୫୦୦ କି.ମି. ଅଞ୍ଚଳରେ ଏହି ନାଭିକ ସିଷ୍ଟମ ଦ୍ବାରା ସମସ୍ତ ସୂଚନା ମିଳି ପାରିବ। ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ନାଭିକ ସିଷ୍ଟମ ଦ୍ବାରା କୌଣସି ସ୍ଥାନର ଆକ୍ୟୁରେସି ୨୦ ମିଟରରୁ କମ ରହିବା ନେଇ ଅନୁମାନ କରାଯାଉଛି। ସେହିପରି ସମୟ ୪୦ ନାନୋସେକେଣ୍ଡରୁ କମ ରଖିବା ପାଇଁ ଇସ୍ରୋ ଟାର୍ଗେଟ ରଖିଛି।

Advertisment

ନାଭିକ ପ୍ରୋଜେକ୍ଟରେ ଭାରତ ଏନଭିଏସ-୦୫ ପର୍ଯ୍ୟନ୍ତ ଟାର୍ଗେଟ ରଖିଛି। ପୂର୍ବରୁ ୨୦୨୩ ମସିହା ମେ ୨୯ ତାରିଖରେ ଭାରତ ଏନଭିଏସ-୦୧ ଉତକ୍ଷେପଣ କରିଥିଲା। ସୂଚନା ଯୋଗ୍ୟ ଯେ, ଡିସେମ୍ବର ୩୦ରେ ସ୍ପେଡେକ୍ସ ଲଞ୍ଚିଂ ଥିବା ଶ୍ରୀହରିକୋଟାରୁ ଇସ୍ରୋର ୯୯ତମ ଉତକ୍ଷେପଣ । ଏଥିରେ ମହାକାଶକୁ ଯାଇଥିବା ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ଡକିଂ କରାଯାଇଥିଲା। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବାରେ ଆମେରିକା, ରୁଷ ଓ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ପାଲଟିଥିଲା। ଇସ୍ରୋର ନୂତନ ନିର୍ଦ୍ଦେଶକ ଭି. ନାରାୟଣନ ଏହି ସଫଳତା ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା, ଦିଶିବ 'କଳା ଜହ୍ନ'

ISRO GSLV Rockets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ