Advertisment

ବିନା ଇଣ୍ଟରନେଟ୍‌ରେ ବି WhatsAppରେ ଚାଟ୍‌ କରିପାରିବେ; ଜାଣନ୍ତୁ, କେମିତି କରିବେ ଏହାର ବ୍ୟବହାର...

ଏଣିକି ବିନା ଇଣ୍ଟରନେଟ୍‌ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ ଅପରେଟ୍‌ କରିପାରିବେ। ଅର୍ଥାତ୍‌ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବା ସହ ମେସେଜ୍‌ ରିସିଭ୍‌ ମଧ୍ୟ କରିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
WhatsApp Chat Without Internet

Now WhatsApp Users Can Chat Without Internet

ଦିନକୁ ଦିନ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଉଥିବାରୁ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ କିଛି ଦେଶର ସରକାର ଜରୁରୀକାଳୀନ ପରିସ୍ଥିତିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଏହାଦ୍ୱାରା ସରକାର କିଛି ନିର୍ଦ୍ଦିଷ୍ଟ ୱେବ୍‌ସାଇଟ୍‌, ହ୍ୱାଟ୍ସଆପ୍‌ (WhatsApp), ଫେସ୍‌ବୁକ୍‌, ଟେଲିଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ଆପ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇପାରିବେ। ଏନେଇ ଜନତା ଓ ବେସରକାରୀ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥାନ୍ତି। ନିକଟରେ ଇରାନରେ ହିଜାବ ନିୟମକୁ ମହିଳାମାନେ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ସମୟରେ ଯେଭଳି କୌଣସି ଅପପ୍ରଚାର କିମ୍ବା ହିଂସା ସୃଷ୍ଟିକାରୀ ଘଟଣା ନଘଟେ ଏହାକୁ ଦୃଷ୍ଟିରେ ରଖି ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା। ତେଣୁ ଏଭଳି ପରିସ୍ଥିତିରେ ଉପଭୋକ୍ତା କିଭଳି ଭାବେ ଯୋଗାଯୋଗ କରିପାରିବେ ସେନେଇ WhatsApp, ପ୍ରକ୍ସି ସପୋର୍ଟ ଆଣିଛି। ଏହା କେବଳ ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି। 

Advertisment

ହ୍ୱାଟ୍ସଆପ୍‌ ପ୍ରକ୍ସି ସପୋର୍ଟ(WhatsApp Proxy Support)  କ’ଣ ? କ’ଣ ଏହାର କାମ ? 

ମୋବାଇଲରେ ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ପ୍ରକ୍ସି ସପୋର୍ଟ ମାଧ୍ୟମରେ ହ୍ୱାଟ୍ସଆପ୍‌ ୟୁଜର୍ସ ହ୍ୱାଟ୍ସଆପ୍‌ ଅପରେଟ୍‌ କରିପାରିବେ। ଅର୍ଥାତ୍‌ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବା ସହ ମେସେଜ୍‌ ରିସିଭ୍‌ ମଧ୍ୟ କରିପାରିବେ। ସାରା ବିଶ୍ୱରେ ସ୍ୱେଚ୍ଛାସେବୀ ଏବଂ ସଂଗଠନ ପକ୍ଷରୁ ସେଟ୍‌ ଅପ୍‌ ହୋଇଥିବା ସର୍ଭର ମାଧ୍ୟମରେ ୟୁଜର୍ସଙ୍କୁ ହ୍ୱାଟ୍ସଆପ୍‌ରେ ସଂଯୋଗ ଲାଗି ପ୍ରକ୍ସି ସପୋର୍ଟ ଅନୁମତି ଦେଇଥାଏ। ଯଦି ଆପଣଙ୍କ ପାଖରେ ଇଣ୍ଟରନେଟ୍‌ ଆକ୍ସେସ୍‌ ଅଛି, ତା’ହେଲେ ଆପଣ ସୋସିଆଲ ମିଡିଆ କିମ୍ବା ସର୍ଚ୍ଚ ଇଞ୍ଜିନ ମାଧ୍ୟମରେ ଏକ ପ୍ରକ୍ସି ସୃଷ୍ଟି କରିପାରିବେ। 

Advertisment

ଅଧିକ ପଢ଼ନ୍ତୁ: ଭୁଲ ସୁଧାରିବାକୁ ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର, ଆକ୍ସିଡେଣ୍ଟାଲ ଡିଲିଟ୍...

ଆଣ୍ଡ୍ରଏଡ୍‌ ଫୋନ୍‌ରେ କେମିତି ପ୍ରକ୍ସି ସଂଯୋଗ କରିବେ, ଜାଣନ୍ତୁ...

  1. ଚାଟ୍‌ ଟ୍ୟାବ୍‌କୁ ଯାଇ, More options > Settings ରେ କ୍ଲିକ୍‌ କରନ୍ତୁ
  2. ଏହାପରେ Storage and Data > Proxy କୁ ଯାଇ କ୍ଲିକ୍‌ କରନ୍ତୁ
  3. Use Proxy କ୍ଲିକ୍‌ କରନ୍ତୁ
  4. ଏହାପରେ  Set Proxy କ୍ଲିକ୍‌ କରି ପ୍ରକ୍ସି ଆଡ୍ରେସ୍‌ ଦିଅନ୍ତୁ
  5. ପ୍ରକ୍ସି ଆଡ୍ରେସ୍‌ ଦେଇ ସାରିବା ପରେ ଏହାକୁ ସେଭ୍‌ କରନ୍ତୁ
  6. କନେକ୍ସନ ହୋଇସାରିଲା ପରେ ଏକ ଚେକ୍‌ ମାର୍କ ଆପଣ ଦେଖିପାରିବେ
  7. ପ୍ରକ୍ସି ବ୍ୟବହାର ସତ୍ତ୍ୱେ ଯଦି ଆପଣ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପାଇବା ଓ ପଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ସେହି ପ୍ରକ୍ସି ହୁଏତ ବ୍ଲକ୍‌ ହୋଇଯାଇଥିବ। ତେଣୁ ଆଉ ଏକ ପ୍ରକ୍ସି ଆଡ୍ରେସ୍‌ ବ୍ୟବହାର କରି ଆପଣ ପ୍ରୟାସ କରିପାରିବେ। 

ହ୍ୱାଟ୍ସଆପ୍‌ର ବ୍ଲଗ୍‌ ଅନୁସାରେ, ପ୍ରକ୍ସି ମାଧ୍ୟମରେ ହ୍ୱାଟ୍ସଆପ୍‌ କନେକ୍ଟ କରିବା ସୁରକ୍ଷିତ ନୁହେଁ। କାରଣ ଏହାଦ୍ୱାରା ୟୁଜର୍ସଙ୍କ ପ୍ରାଇଭେସି ଓ ସିକ୍ୟୁରିଟି ସୁରକ୍ଷିତ ରହିନପାରେ। 

WhatsApp
Advertisment
Advertisment