Advertisment

Bihar: ବିହାରରେ ମୁଣ୍ଡ ଘୂରାଇଦେଲା ଭଳି ଘଟଣା, ଖୋଜା ପଡିଛନ୍ତି କ୍ୟାଟ୍ କୁମାର

ବିହାରରେ କ୍ୟାଟ୍ କୁମାର ନାଁରେ ରେସିଡେନ୍ସ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିବା ବେଳେ ଆବେଦନକାରୀଙ୍କ ନାମ କ୍ୟାଟ୍ କୁମାର, ପିତା ଭାବରେ କ୍ୟାଟି ବସ୍ ଏବଂ ମାତା ଭାବରେ କାଟିୟା ଦେବୀ ନାମ ରହିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
cat kumar

cat kumar

ବିହାରରୁ ସବୁବେଳେ ଅଜବ ପ୍ରକାର ଘଟଣା ସାମନାକୁ ଆସୁଛି। ଏବେ ମଧ୍ୟ ଠିକ୍ ସେହିପରି ଏକ ଅଜବ ଖବର ବିହାରରୁ ସାମନାକୁ ଆସିଛି। ବିହାରର ରୋହତାସରେ ଏକ ବିଲେଇ ନାମରେ ଆବାସିକ ପ୍ରମାଣପତ୍ର ପାଇବା ପାଇଁ ଏକ ଆବେଦନ କରାଯାଇଛି। ଆବେଦନକାରୀଙ୍କ ନାମ କ୍ୟାଟ୍ କୁମାର, ପିତା ଭାବରେ କ୍ୟାଟି ବସ୍ ଏବଂ ମାତା ଭାବରେ କାଟିୟା ଦେବୀ ନାମ ରହିଛି। ସେହି ଆବେଦନ ଫର୍ମରେ ଏକ ବିଲେଇର ଫଟୋ ମଧ୍ୟ ରହିଛି।

Advertisment

ଏହି ଆବେଦନ ବିକ୍ରମଗଞ୍ଜ ସବ୍‌-ଡିଭିଜନର ନାସରିଗଞ୍ଜ ଅଞ୍ଚଳ କାର୍ଯ୍ୟାଳୟକୁ ପଠାଯାଇଥିଲା, ଯେଉଁଥିରେ ଆବେଦନକାରୀ ନିଜର ଠିକଣା ଅତୀମଗଞ୍ଜ, ଓ୍ୱାର୍ଡ ନମ୍ବର-୦୭, ଡାକଘର-ମହାଦେବା, ଥାନା-ନାସରିଗଞ୍ଜ, ପିନ କୋଡ ୮୨୧୩୧୦, ଜିଲ୍ଲା-ରୋହତାସ ବୋଲି ଲେଖିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ରୋହତାସ ଡିଏମ୍‌ ଉଦିତା ସିଂଙ୍କ ନିର୍ଦ୍ଦେଶରେ ନାସରିଗଞ୍ଜର ରାଜସ୍ୱ ଅଧିକାରୀ କୌଶଳ ପଟେଲ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ନାସରିଗଞ୍ଜ ଥାନାରେ ଏଫଆଇଆର ଦାୟର କରିଛନ୍ତି।

ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ୨୯ ଜୁଲାଇ ୨୦୨୫ରେ ମୋବାଇଲ ନମ୍ବର ୬୨୦୫୮୩୧୭୦୦ରୁ ଆବାସିକ ପ୍ରମାଣପତ୍ର ପାଇଁ ଏହି ଆବେଦନ ଆସିଥିଲା। ଯେଉଁଥିରେ ନାମ, ମାତା-ପିତାଙ୍କ ନାମ ଏବଂ ଇ-ମେଲ ଆଇଡି ମଧ୍ୟ ଉଲ୍ଲେଖ ଥିଲା। ଅଭିଯୋଗ ହେଉଛି ଯେ ଏହି ଆବେଦନ ମାଧ୍ୟମରେ କେବଳ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଚେଷ୍ଟା ହୋଇନଥିଲା, ବରଂ ସରକାରୀ ବ୍ୟବସ୍ଥାର ପ୍ରତିଷ୍ଠାକୁ ଖରାପ କରିବାର ଷଡଯନ୍ତ୍ର ମଧ୍ୟ ରଚା ଯାଇଥିଲା। ଏହି ମାମଲାରେ ପୁଲିସ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Advertisment

ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବିହାରର ବିଭିନ୍ନ ଜିଲ୍ଲାରେ ଡଗ ବାବୁ, ଡୋଗେଶ, ଟ୍ରାକ୍ଟର ଭଳି ନାମରେ ଆବେଦନ ପୂର୍ବରୁ ଚର୍ଚ୍ଚାରେ ଥିଲା।

ଅଧିକ ପଢ଼ନ୍ତୁ: ରୋଚକ ଘଟଣା: କୁକୁରର ଆସିଲା ରେସିଡେନ୍ସ ସାର୍ଟିଫିକେଟ୍...

Bihar Residence Certificates Online
Advertisment
Advertisment