Advertisment

Dog Gets Residence Certificate: ରୋଚକ ଘଟଣା: କୁକୁରର ଆସିଲା ରେସିଡେନ୍ସ ସାର୍ଟିଫିକେଟ୍...

ବିଶ୍ବାସ ହେଉନଥିଲେ ବି ବିଲକୁଲ ସତ ଘଟଣା। କୁକୁର ପୁଣି ବାବୁ ଆଉ ତା ନାଁରେ ଜାରି ହୋଇଛି ଏମିତି କିଛି ପ୍ରମାଣ ପତ୍ର ଜାରି ହୋଇଛି ବିହାରରେ।

author-image
Sujit kumar Swain
Dog Gets Residence Certificate

Dog Gets Residence Certificate

କୁକୁର ନାଁରେ ରେସିଡେନ୍ସ ସାର୍ଟିଫିକେଟ। ବିଶ୍ବାସ ହେଉନଥିଲେ ବି ବିଲକୁଲ ସତ ଘଟଣା। କୁକୁର ପୁଣି ବାବୁ ଆଉ ତା ନାଁରେ ଜାରି ହୋଇଛି ଏମିତି କିଛି ପ୍ରମାଣ ପତ୍ର ଜାରି ହୋଇଛି ବିହାରରେ। ପଟନା ପ୍ରଶାସନ ପକ୍ଷରୁ ଏପରି ଜାରି ହୋଇଥିବା ରେସିଡେଣ୍ଟ ସାର୍ଟିଫିକେଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୁକୁରର ଫଟୋ ଲାଗି ଏହି ପ୍ରମାଣପତ୍ର ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି।

Advertisment

ପ୍ରମାଣ ପତ୍ରରେ ଡଗ୍ ବାବୁ ନାଁ, ବାପା କୁତା ବାବୁ, ମାଆ କୁତିଆ ଦେବୀ ଏବଂ ଗାଁ ପୋଷ୍ଟ ପିନକୋଡ୍ ବି ଲେଖା ରହିଛି। ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ପାଟନା ପ୍ରଶାସନ। ଏହା ଏକ ଭୁଲ ସାର୍ଟିଫିକେଟ୍। ଏହାକୁ ଜାରି କରିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଓ ପୁରା ଘଟଣାର ତଦନ୍ତ ହେଉଥିବା ସୂଚନା ଦିଆଯାଇଛି। ବିହାରରେ ଭୋଟର୍ ଲିଷ୍ଟ ରିଭିସନ୍ ଚାଲିଥିବା ବେଳେ ଏଭଳି ଘଟଣା ଏବେ ରାଜନୈତିକ ଚର୍ଚ୍ଚାକୁ ବି ଜୋର କରିଛି।

Dogs Bihar
Advertisment
Advertisment