Advertisment

No BIS Helmet, No Ride: ଆସିଲା ନୂଆ ନିୟମ, BIS ହେଲମେଟ୍ ନପିନ୍ଧିଲେ କଟିବ ଚାଲାଣ !

ବଜାରରେ ବିକ୍ରି ହେବନି ନିମ୍ନମାନର ହେଲମେଟ୍। BIS ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର । ବ୍ୟବହାର ନକଲେ କଟିପାରେ ମୋଟା ଚାଲାଣ । ଜାଣନ୍ତୁ ପୁରା ତଥ୍ୟ ।

author-image
Namita Biswal
ଅଦ୍ୟତନ ହୋଇଛି
BIS Helmet

BIS Helmet

ଦୁଇ ଚକିଆ ଯାନବାହାନ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ । ନିମ୍ନମାନର ହେଲମେଟକୁ ଛାଡ଼ି BIS ଗୁଣବତ୍ତା ହେଲମେଟ୍ ବ୍ୟବହାର କରିବାକୁ ଅପିଲ୍ । ସଡକ ସୁରକ୍ଷା ସୁନିଶ୍ଚିତ କରିବା ତଥା ନିମ୍ନମାନର ହେଲମେଟ୍ ବିକ୍ରିକୁ ରୋକିବା ପାଇଁ ଭାରତ ସରକାର ଏହି ନୂତନ ପ୍ରୟାସ ତ୍ୱରାନ୍ୱିତ କରିଛନ୍ତି । ଯାହା ଅନୁଯାୟୀ ଗ୍ରାହକମାନଙ୍କୁ କେବଳ ସୁରକ୍ଷା ମାନଦଣ୍ଡ ପୂରଣ କରୁଥିବା BIS ବା ଭାରତୀୟ ମାନକ ବ୍ୟୁରୋ ପ୍ରମାଣିତ ହେଲମେଟ୍ ବ୍ୟବହାର କରିବାକୁ ଅନୁରୋଧ କରୁଛନ୍ତି ।

Advertisment

ମୋଟର ଯାନ ଆଇନ, 1988 ଅନୁଯାୟୀ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ହେଲେ ଦୁର୍ଘଟଣା ସମୟରେ ଏହା କେତେ ପ୍ରଭାବଶାଳୀ ହେବ ତାହା ହେଲମେଟର ଗୁଣବତ୍ତା ଉପରେ ନିର୍ଭର କରେ । ନିମ୍ନମାନର ହେଲମେଟ୍ ଚାଳକଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଏକ ନୂତନ ନିୟମ କାର୍ଯ୍ୟକାରୀ କରାଯାଇଛି, ଯାହା ସମସ୍ତ ଦୁଇଚକିଆ ଯାନ ଚାଳକଙ୍କ ପାଇଁ BIS ମାନକ ଅନୁଯାୟୀ ପ୍ରମାଣିତ ISI-ଚିହ୍ନିତ ହେଲମେଟ୍ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି ।

ଅଧିକ ପଢ଼ନ୍ତୁ: ଏହା ଭାଗ୍ୟର ବିଡ଼ମ୍ୱନା ନୁହେଁ ତ ଆଉ କ’ଣ, ଯିଏ ଏତେ ବୁଝୁଥିଲେ ସିଏ…

ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ 2025 ସୁଦ୍ଧା ସାରା ଦେଶରେ 176 ଜଣ ନିର୍ମାତା ଅଛନ୍ତି ଯେଉଁମାନଙ୍କ ପାଖରେ ବୈଧ BIS ଲାଇସେନ୍ସ ଅଛି । ହେଲେ ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଅନେକ ହେଲମେଟର BIS ପ୍ରମାଣପତ୍ର ନାହିଁ, ଯାହା ବ୍ୟବହାରକାରୀଙ୍କୁ ବଡ଼ ବିପଦରେ ପକାଉଛି ଆଉ ସଡ଼କ ଦୁର୍ଘଟଣାରେ ଅନେକ ମୃତ୍ୟୁ ଘଟୁଛି। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ।

Advertisment

ସରକାର ଏଣିକି ଏଣିକି ବଜାରରେ ଉପଲବ୍ଧ ହେଲମେଟର ଗୁଣବତ୍ତା ପରଖିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ଜିଲ୍ଲା କଲେକ୍ଟର ଏବଂ ମାଜିଷ୍ଟ୍ରେଟମାନଙ୍କୁ ଚିଠି ଲେଖାଯାଇଛି । ଏଣିକି ବିନା BIS ସାର୍ଟିଫାଏଡ୍ ହେଲମେଟ ତିଆରି ଓ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି ହେଲମେଟ୍ ବ୍ୟବହାର କଲେ ମଧ୍ୟ ଏହାକୁ ଅପରାଧ ଭାବେ ଗଣାଯିବ । ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଚାଲାଣ ହେବ ଓ ହେଲମେଟ୍ ଜବତ କରାଯିବ । 

Road Safety India Helmet Mandatory BIS Certified Two-Wheeler Helmets
Advertisment
Advertisment