/odishatv-khabar/media/post_attachments/uploadimage/library/16_9/16_9_0/dog_1755871858.jpg)
dog
ବୁଲା କୁକରୁରଙ୍କ ପାଇଁ ନୂଆ ନିୟମ । ଷ୍ଟେରିଲାଇଜେସନ୍ ପରେ ବୁଲା କୁକୁର ପୁଣି ଥରେ ରାସ୍ତାରେ ବୁଲିପାରିବେ କେବଳ ଅତ୍ୟଧିକ ରାଗି କୁକୁରମାନଙ୍କୁ ସେଲଟରରେ ରଖାଯିବ। ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀ ଏନସିଆରରେ ବୁଲା କୁକୁରମାନଙ୍କୁ ସ୍ତାନାନ୍ତର କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ବୁଲା କୁକୁରମାନଙ୍କୁ ଉଠାଇନିଆହେବ କିନ୍ତୁ ବନ୍ଧ୍ୟାକରଣ ପରେ ପୁଣି ଛାଡିଦିଆଯିବ।
ଅଗଷ୍ଟ ୧୧ ରେ ସୁପ୍ରିମ କୋର୍ଟ ବୁଲାକୁକୁରଙ୍କୁ ଆଠ ସପ୍ତାହ ମଧ୍ୟରେ ସ୍ତାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏହା ପରଠାରୁ କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଭାରତର ଅଲଗା ଅଲଗା ସ୍ଥାନରେ ବି ବିରୋଧ କରାଯାଇଥିଲା। ଏହାପରେ ପ୍ରାୟ ଏକ ସପ୍ତାହ ପରେ ସୁପ୍ରିମ କୋର୍ଟ ର ୩ ଜଣିଆ ଖଣ୍ଡପୀଠ ଦିଲ୍ଲୀ ,ଏନସିଆରରେ ବୁଲାକୁକୁର ମାନଙ୍କ ଉପରେ ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ । ଯଦି କୁକୁର ପାଗଳ ହୋଇଥାଏ ତେବେ ତାକୁ ସେଲଟରରେ ରଖାଯିବ କିନ୍ତୁ ଅଲଗା ଭଲ କୁକୁରଙ୍କୁ ବନ୍ଧ୍ୟାକରଣ ପରେ ଛାଡିଦିଆହେବା
ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ପୌର ୱାର୍ଡରେ ବୁଲା କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ସ୍ଥାନ କରିବା ପାଇଁ ପୌର କର୍ତ୍ତୃପକ୍ଷ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବେ । କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତାରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ ନାହିଁ। "ଯେଉଁ ବ୍ୟକ୍ତିମାନେ ରାସ୍ତାରେ କୁକୁରମାନଙ୍କୁ ଖାଇବାକୁ ଦେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ" ।
ଅଗଷ୍ଟ ୧୧ ତାରିଖରେ, ବିଚାରପତି ଜେବି ପାରଡିୱାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର କର୍ତ୍ତୃପକ୍ଷଙ୍କୁ ସମସ୍ତ ଅଞ୍ଚଳରୁ ଶୀଘ୍ର ବୁଲା କୁକୁରମାନଙ୍କୁ ଉଠାଇବା ଏବଂ ସେମାନଙ୍କୁ କୁକୁର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ତୁରନ୍ତ କୁକୁର ଆଶ୍ରୟସ୍ଥଳ ତିଆରି କରିବାକୁ ଏବଂ ଆଠ ସପ୍ତାହ ମଧ୍ୟରେ ଏପରି ଭିତ୍ତିଭୂମି ସୃଷ୍ଟି ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)