• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଉଣ୍ଟ ଏଭରେଷ୍ଟରେ ଟ୍ରାଫିକ୍‌ ଜାମ୍ । ଲମ୍ବିଛି ପର୍ବତାରୋହୀଙ୍କ ଲମ୍ବା ଲାଇନ୍‌ । ଭାଇରାଲ ହେଉଛି ଭିଡିଓ । ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ପର୍ବତାରୋହୀ ନିଜର ଆଇଡିରେ ଏଭଳି ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ମାଉଣ୍ଟ ଏଭରେଷ୍ଟ ଚଢ଼ିବା ସହଜ କଥା ନୁହେଁ । ୩ଟି ଜୋନ୍‌ ଅତିକ୍ରମ କଲେ ମାଉଣ୍ଟ ଏଭରେଷ୍ଟରେ ଲୋକ ପହଞ୍ଚିଥାନ୍ତି । ତେବେ ପର୍ବତାରୋହୀମାନେ ଏବେ ଶେଷ ସୋପାନରେ ଆସି ଫସିଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଭୟ କେବଳ ମୃତ୍ୟୁ ।

ସେଥିରୁ ଗୋଟିଏ ଜୋନ୍‌ ହେଲା, ଡେଥ୍‌ ଜୋନ୍‌ । ଏହି ଜୋନ୍‌ରେ ଅଧିକାଂଶ ପ୍ରାଣ ହରାଇଥାନ୍ତି । ଏହା ଜୋନ୍ ଅତିକ୍ରମ କରିବା ସବୁଠାରୁ ଅଧିକ କଠିନ । ପ୍ରବଳ ଥଣ୍ଡା ଭିତରେ, ଚାରିଆଡ଼ ବରଫ । ଆଉ ସେଇଠି ହିଁ କାଟିବାକୁ ପଡ଼େ ପୂରା ରାତି । ଯାହାକି ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । ତେବେ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିବା ରାସ୍ତାରେ ଏହିଭଳି ସ୍ଥିତି ବାରମ୍ବାର ଆସିଥାଏ । ଯାହାକି ପର୍ବତାରୋହୀଙ୍କ ମନୋବଳ ଭାଙ୍ଗି ଥାଏ ।

ଅଧିକ ପଢ଼ନ୍ତୁ: ମାଡ଼ି ଆସିଲା ଟର୍ଣ୍ଣାଡ଼ୋ..ଉପୁଡ଼ିଲା ଗଛ, ଉଡ଼ିଲା ଛାତ; ଚାଲିଗଲା ୧୫ଜୀବନ

ତେବେ ଚଢ଼ିବା ଭିତରେ ପ୍ରଥମ ଜୋନ୍ ହେଲା, ଖୁମ୍ବୁ ଆଇସ୍‌ଫଲ୍ସ । ଦ୍ୱିତୀୟ ଜୋନ୍‌ ହେଲା C3 ରୁ C4 । ଆଉ ତୃତୀୟ ଏବଂ ସବୁଠୁ କଠିନ୍‌ ଜୋନ୍‌ ହେଲା, C4 ଠାରୁ ମାଉଣ୍ଟ ଏଭରେଷ୍ଟର ତୀଖ । ଏହାକୁ ଡେଥ୍‌ ଜୋନ୍‌ ମଧ୍ୟ କୁହାଯାଉଛି । କାରଣ ଏଠାରେ ପ୍ରବଳ ଥଣ୍ଡାରେ କିଟ୍‌ କିଟ୍‌ ଅନ୍ଧାରରେ ପର୍ବତାରୋହୀଙ୍କୁ ରାତି କାଟିବାକୁ ପଡ଼େ, ଆଉ ସେତେବେଳକୁ ଅନେକଙ୍କ ଶକ୍ତି ଶେଷ ଅବସ୍ଥାରେ ଥାଏ ।

ଚଳିତ ଥର ପ୍ରାୟ ୫୦୦ ଜଣ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଛନ୍ତି । ଏଥିରୁ ପ୍ରାୟ ୨୫୦ ରୁ ୩୦୦ ଜଣ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହେବେ ।

୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ଏ ଯାଏ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ୨୦୨୩  ମସିହାରେ ୧୦୩ ଜଣ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢିଛନ୍ତି ।

ମାଉଣ୍ଟ ଏଭରେଷ୍ଟକୁ ବିଜୟ କରିବାର କ୍ରେଜ ଆଜି ୭୧ ବର୍ଷ ପରେ ମଧ୍ୟ କମିନାହିଁ । ଆଜି ବି ସବୁ ପର୍ବତାରୋହୀଙ୍କ ମନରେ ମାଉଣ୍ଟ ଏଭରେଷ୍ଟକୁ ବିଜୟ ଲାଭ କରିବାର ସ୍ୱପ୍ନ ଉଙ୍କି ମାରୁଛି । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା, ଗ୍ଲେସିୟର ତରଳିଯିବା ଏବଂ ତୁଷାରପାତରେ ଦ୍ରୁତ ପରିବର୍ତ୍ତନ ସତ୍ତ୍ୱେ ପର୍ବତାରୋହୀ ସମ୍ପ୍ରଦାୟଙ୍କ ମଧ୍ୟରେ ମାଉଣ୍ଟ ଏଭରେଷ୍ଟ ଆରୋହଣର ଚାହିଦା କମିନାହିଁ ।

ଅଧିକ ପଢ଼ନ୍ତୁ: ପ୍ରକୃତିର କରାଳରୂପ; ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ

OTV is now on Whatsapp

Join and get latest news update delivered to you via whatsapp

Join Now