• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରେଷ୍ଟୁରାଣ୍ଟରେ ସୁସ୍ୱାଦୁ ଭୋଜନ ଖାଇବା ପରେ ନିହାତି ଭାବେ ଆପଣଙ୍କୁ ନିଦ ଲାଗୁଥିବ । ଯଦି ଆପଣଙ୍କୁ ସେଠାରେ ଶୋଇବା ପାଇଁ ସୁବିଧା ମିଳେ । ତେବେ ଆପଣ ନିଶ୍ଚୟ ଘଣ୍ଟାଏ କି ଦୁଇ ଘଣ୍ଟା ଶୋଇପଡ଼ିବେ । କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ । ହେଲେ କଥାଟା ସମ୍ପୂର୍ଣ୍ଣ ଭାବେ ସତ । ଜୋର୍ଡାନର ଏମିତି ଏକ ହୋଟେଲ ରହିଛି, ଯେଉଁଠି ଆପଣ ଖାଇସାରିବା ପରେ ଆପଣଙ୍କୁ ସୋଇବା ପାଇଁ ଏୟାର କଣ୍ତିସନର୍‌ ରୁମ୍‌ ମଧ୍ୟ ମିଳୁଛି ।

ରେଷ୍ଟୁରାଣ୍ଟରେ ଆପଣ ନିଜ ମନପସନ୍ଦ ଖାଦ୍ୟ ବି ଖାଇବେ, ତା’ପରେ AC ରୁମ୍‌ରେ ଖଟ ଉପରେ ବି ଶୋଇବେ । ଏଭଳି ସୁବିଧା ଯୋଗାଇ ଦେଇଛନ୍ତି ଜୋର୍ଡାନର ଏକ ହୋଟେଲ ‘ମୋବ୍‌’ । ଜୋର୍ଡାନର ରାଜଧାନୀ ଅମନ୍‌ରେ ଏହି ରୋଷ୍ଟୁରାଣ୍ଟଟି ରହିଛି । ଜୋର୍ଡାନର ଲୋକପ୍ରିୟ ଖାଦ୍ୟ ମନସଫ୍‌ ଖାଇବା ପରେ ପ୍ରାୟ ଲୋକଙ୍କୁ ନିଦ ଲାଗୁଥିବାର ହୋଟେଲ ମାଲିକ ଜାଣିବାକୁ ପାଇଥିଲେ । ତେଣୁ ସେ ଗ୍ରାହକଙ୍କୁ ଏମିତି ସୁବିଧା ଯୋଗାଇ ଦେଇଛନ୍ତି ।

ମନସଫ୍‌ ହେଉଛି ଜୋର୍ଡାନର ଏକ ପୁରାତନ ଖାଦ୍ୟ । ଏହା ଏକ ଚର୍ବି ଜାତୀୟ ଖାଦ୍ୟ । ଭାତ, ଘିଅ ଓ ମେଣ୍ଢାମାଂସ ସମ୍ବଳିତ ଏହି ଖାଦ୍ୟ ଖାଇଲା ପରେ ଲୋକେ ଶାଇବାକୁ ବେଶ୍‌ ପସନ୍ଦ କରନ୍ତି । ସେଥିପାଇଁ ରେଷ୍ଟୁରାଣ୍ଟ ମାଲିକ ଗ୍ରାହକଙ୍କ ବିଶ୍ରାମ ପାଇଁ AC ରୁମ୍‌ର ବ୍ୟବସ୍ଥା କରିଛନ୍ତି । ତେଣୁ ଗ୍ରାହକମାନେ ଖାଇବା ସାରି ତୁରନ୍ତ ଗାଡ଼ି ଚଳାଇ ସେଠାରୁ ଫେରିବା ଅପେକ୍ଷା କିଛି ସମୟ ସେଠାରେ ବିଶ୍ରାମ କରିବାକୁ ପସନ୍ଦ କରିଥିଲେ।

ତେବେ ଏହି ରେଷ୍ଟୁରାଣ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି । ଟ୍ୱିଟର୍‌ରେ ଏହି ହୋଟେଲର ଏକ ଭିଡିଓକୁ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ଜୋର୍ଡାନର ମନପସନ୍ଦ ମନସଫ୍‌ ଖାଆନ୍ତୁ, ଏହାପରେ ଶାନ୍ତିରେ ବିଶ୍ରାମ କରନ୍ତୁ । ଏହି ଭିଡିଓ ବର୍ତ୍ତମାନ ଯାଏଁ ୪୮ ହଜାର ଲୋକ ଦେଖିସାରିଲେଣି ।