/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665459966.jpg)
last rituals of Mulayam singh yadav
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ମୁଲାୟମଙ୍କ ଶେଷ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକଙ୍କ ଭିଡ ଛୁଟୁଛି। ଦଳୀୟ କର୍ମୀଙ୍କ ସହ ବହୁ ନେତା ଓ ଜନତା ମୁଲାୟମଙ୍କ ଅନ୍ତିମ ଦର୍ଶନ କରିବା ସହ ‘ନେତାଜୀ ଅମର ରହେ’ ସ୍ୱରରେ ସାରା ଗାଁ କମ୍ପି ଉଠୁଛି। ଆଜି ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
୧୦ ଥରର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଥିବା ମୁଲାୟମଙ୍କ ବିୟୋଗରେ ନିରବୀ ଯାଇଛି ସମଗ୍ର ଉତ୍ତରପ୍ରଦେଶ । ଏପଟେ ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଲାୟମଙ୍କ ପରଲୋକରେ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ କରାଯିବ । ଜନ୍ମମାଟି ୟୁପି ସୈଫାଇରେ ମୁଲାୟମ ସିଂ ଯାଦବଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ ।
ଅଧିକ ପଢ଼ନ୍ତୁ: ମୁଲାୟମଙ୍କ ଦେହାନ୍ତ ପରେ ଭାବୁକ ହେଲେ ପୁଅ ଅଖିଲେଶ
ସୈଫାଇ ଗ୍ରାମ ମହୋତ୍ସବ ପଡ଼ିଆରେ ବଜରଙ୍ଗବାଲିଙ୍କ ମୂର୍ତ୍ତ ପାଖରେ ଆଜି ଅପରାହ୍ନ ୩ଟାରେ ମୁଲାୟମଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ। ସେଠାରେ ଏକ ବିଶାଳ ପେଣ୍ଡାଲ କରାଯାଇ ତାଙ୍କ ପାର୍ଥୀବ ଶରୀରକୁ ରଖାଯାଇଛି। ଅନ୍ତିମ ସଂସ୍କାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ବଘେଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ମୁଲାୟମଙ୍କ ଶୋକରେ ଜିଲ୍ଲାର ବ୍ୟବସାୟୀ ସଂଗଠନ ଅକ୍ଟୋବର ୧୧ ତାରିଖ ବଜାର ବନ୍ଦ ରଖିବା ପାଇଁ ଘୋଷଣା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)