• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କୁ ଗତ କିଛି ଦିନ ହେବ ହରିୟାଣାର ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁପରେ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାବପ୍ରବଣ ହୋଇ ଯାଇଛନ୍ତି । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଛନ୍ତି,  ମୋ ବାପା ଏବଂ ସମସ୍ତଙ୍କ ନେତାଜୀ ଆଉ ନାହାଁନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ସକାଳ ୮.୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ୨୨ ଅଗଷ୍ଟରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯିବା ପରେ ତାଙ୍କୁ ଅକ୍ଟୋବର ୧ ତାରିଖ ରାତିରେ ସିସିୟୁ (critical care unit) କୁ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ଦିନ ଧରି ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା । ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମେଦାନ୍ତା ଡାକ୍ତରଖାନାରେ ପହଞ୍ଚିଛନ୍ତି । ବାପାଙ୍କ ଅସୁସ୍ଥତା କାରଣରୁ ଅଖିଳେଶ ଯାଦବ ଗତ ଏକ ସପ୍ତାହ ଧରି ମେଡାନ୍ତା ହସ୍ପିଟାଲରେ ହିଁ ରହୁଥିଲେ ଏବଂ ସେ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲେ । ବାପାଙ୍କ ଅବସ୍ଥା ଦେଖି ତାଙ୍କ ଆଖିରେ ଲୁହ ଆସିଯାଉଥିଲା । ବର୍ତ୍ତମାନ ସମଗ୍ର ଯାଦବ ପରିବାର ମେଦାନ୍ତା ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

ଏହାସହ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ପ୍ରତୀକ ଯାଦବ, ରାମଗୋପାଲ ଯାଦବ, ଶିବପାଲ ସିଂ ଯାଦବ, ଧର୍ମେନ୍ଦ୍ର ଯାଦବ, ତେଜ ପ୍ରତାପ ଯାଦବ ସମେତ ପରିବାରର ସମସ୍ତ ସଦସ୍ୟ ବିଗତ ଏକ ସପ୍ତାହ ଧରି ମୁଲାୟମଙ୍କୁ ଜଗି ରହିଥିଲେ । ଏବେ ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି ।

ମୁଲାୟମ ସିଂ ଯାଦବଙ୍କ ମୃତଦେହ ଏବେ ମଧ୍ୟ ମେଡାନ୍ତା ହସ୍ପିଟାଲରେ ହିଁ ଅଛି । ମୁଲାୟମଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ସଫାଇ ନିଆଯିବ ବୋଲି କୁହାଯାଉଛି । ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ହେବ । ସେପଟେ ମୁଲାୟମଙ୍କ ମୃତ୍ୟୁ ପରେ ସଫାଇରେ ଭିଡ଼ ଜମିବା ଆରମ୍ଭ ହୋଇଛି । ସମସ୍ତେ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିବା ସହ ଭାବପ୍ରବଣ ହୋଇଯାଉଛନ୍ତି ।