• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଲାୟମଙ୍କ ପରଲୋକରେ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ (Mulayam Singh Yadav)ଙ୍କ ଦେହାନ୍ତ ପରେ ରାଜ୍ୟରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ କରାଯିବ । ଜନ୍ମମାଟି ୟୁପି ସୈଫାଇରେ ମୁଲାୟମ ସିଂ ଯାଦବଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି- ‘ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ମୃତ୍ୟୁ ସହିତ ସମାଜବାଦର ମୁଖ୍ୟ ସ୍ତମ୍ଭ ଏବଂ ସଂଘର୍ଷପୂର୍ଣ୍ଣ ଯୁଗର ଅବସାନ ଘଟିଛି । ଇଶ୍ୱରଙ୍କ ଠାରେ ଦିବଙ୍ଗଦ ଆତ୍ମାକୁ ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ’

ଉତ୍ତରପ୍ରଦେଶ ସୈଫାଇରେ ୨୨ ନଭେମ୍ବର ୧୯୩୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ମୁଲାୟମ୍ ସିଂ ଯାଦବ । କୁସ୍ତି ଯୋଦ୍ଧାରୁ ଶିକ୍ଷକ, ନେତା ଓ ପରେ ମୁଖ୍ୟମନ୍ତ୍ରୀ ବନିଥିବା ଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ମୁଲାୟମ୍ । ଉତ୍ତରପ୍ରଦେଶ ରାଜନୀତିରେ ସାଇକେଲରୁ ଆରମ୍ଭ କରିଥିବା ଯାତ୍ରା ଯେ ଦିନେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ପହଞ୍ଚାଇଥିଲ । ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ, ୧୦ ଥରର ବିଧାୟକ, ୭ ଥରର ସାଂସଦ ଏବଂ କେନ୍ଦ୍ରରେ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳିଛନ୍ତି ।

୧୯୬୭ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା, ଲୋକଙ୍କୁ ସଂଗଠନରେ ସାମିଲ କରିବା ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ସେଥିପାଇଁ ୟୁପିରେ ସେ ଥିଲେ ନେତାଜୀ ।

ଜେପି ଆନ୍ଦୋଳନରେ ଜୟପ୍ରକାଶ ନାରାୟଣଙ୍କ କାନ୍ଧରେ କାନ୍ଧ ମିଶାଇ ଲଢ଼ିଥିଲେ ନିର୍ବାଚନ । ୧୯୮୯ରେ ପ୍ରଥମ ଥର ୟୁପିରେ ଜନତା ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମାଜବାଦୀ ଆନ୍ଦୋଳନର ପୁରୋଧା ଥିଲେ ମୁଲାୟମ୍ । ସମାଜବାଦୀଙ୍କ ସ୍ୱରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପଣ ନେଇ ୧୯୯୨ରେ ଗଠନ କରିଥିଲେ ସମାଜବାଦୀ ପାର୍ଟୀ ।

ଏହାପର ବର୍ଷ ଅର୍ଥାତ ୧୯୯୩ରେ ସେ ବନିଥିଲେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ । ୧୯୯୬ରେ ଦିଲ୍ଲୀରେ ହୋଇଥିଲା ମୁଲାୟମଙ୍କ ଏଣ୍ଟ୍ରି । ୧୯୯୬ରେ ପ୍ରଥମ ଥର ଲୋକସଭା ସାଂସଦ ହେବା ପରେ ସେବର୍ଷ ବନିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହାପରେ ୨୦୦୩ରେ ପୁଣି ଥରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ୍ ।