Advertisment

ମୋଦି ୩.୦: ପଦବୀ ମିଳିବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ

ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜ କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ନେଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦାୟିତ୍ବ ସମ୍ଭାଳିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
MODI 3.0 : S Jaishankar Takes Charge As Foreign Minister.

MODI 3.0

ପଦବୀ ମିଳିବା ପରେ ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜ କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ନେଇଛନ୍ତି। ପ୍ରଥମେ ରେଳ ମନ୍ତ୍ରାଳୟ ଏବଂ ପରେ ସୂଚନା ଓ ପ୍ରସାରଣ ବିଭାଗକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ଗତ ୧୦ ବର୍ଷ ସରକାରରେ ଯୁବ ପୀଢ଼ିଙ୍କ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏବେ ବି ଯୁବ ପୀଢ଼ିଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

Advertisment

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦାୟିତ୍ବ ସମ୍ଭାଳିଛନ୍ତି। ଗତ ପାଳିରେ ଭାରତ ସାରା ବିଶ୍ବରେ ନିଜ ସଫଳତାର ସହ ନେତୃତ୍ବ ପ୍ରମାଣିତ କରିଛି। ସୀମା ବିବାଦକୁ ନେଇ ପାକିସ୍ତାନ ଓ ଚୀନକୁ ନେଇ ଥିବା ବିବାଦର ସମାଧାନ କରିବା ଏଥର ଗୁରୁତ୍ବ ରହିବ ବୋଲି କହିଛନ୍ତି ଜୟଶଙ୍କର।

ଅଧିକ ପଢ଼ନ୍ତୁ: ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

Advertisment

ଅନ୍ୟପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବାଣିଜ୍ୟ ମନ୍ତ୍ରୀ ଭାବେ ପିୟୂଷ  ଗୋଏଲ ଦାୟିତ୍ବ ସମ୍ଭାଳିଛନ୍ତି। ବୟନଶିଳ୍ପ ମନ୍ତ୍ରୀ ଭାବେ ଗିରିରାଜ ସିଂ ପୂର୍ବ ମନ୍ତ୍ରୀ ପିୟୂଷ ଗୋଏଲଙ୍କଠୁ ଦାୟିତ୍ବ ଗ୍ରହଣ କରିଛନ୍ତି। ତାସହ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ବି ଦାୟିତ୍ବ ନେଇଛନ୍ତି।

ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଥିଲେ। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି । ସହଯୋଗୀମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀଙ୍କୁ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଏଥି ସହିତ, ଏଲଜେପି ରାମ ବିଳାସର ଚିରାଗ ପାସୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଟିଡିପି ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କୁ ହେଭି ଇଣ୍ଡଷ୍ଟ୍ରି ଏବଂ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । ଜେଡିୟୁ ନେତା ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ଚିତାବାଘ ! ଶପଥ ବେଳର ରହସ୍ୟମୟ ପଶୁର ଭିଡିଓ ଭାଇରାଲ୍...

Aswini Vaishnaw Cabinet Ministers
Advertisment
Advertisment