୧୦ ବର୍ଷ ବୟସରେ ବିଚକ୍ଷଣ ବୁଦ୍ଧିମତା । ଆଇକ୍ୟୁ ମାମଲାରେ ଆଲବର୍ଟ ଆଇନଷ୍ଟାଇନ ଓ ଷ୍ଟିଫେନ୍ ହକିଂଙ୍କୁ ବି ପଛରେ ପକାଇଲେ ଭାରତୀୟ-ବ୍ରିଟିଶ ଛାତ୍ର କ୍ରିଶ୍ ଅରୋଡ଼ା । ଲଣ୍ଡନ ହଞ୍ଜଲୋର ୧୦ ବର୍ଷୀୟ କ୍ରିଶଙ୍କ ଆଇକ୍ୟୁ ୧୬୨ ବୋଲି ଜଣାପଡ଼ିଛି । ଏହାପରେ ସେ ହାଇ-ଆଇକ୍ୟୁ ସୋସାଇଟି ମେନ୍ସାରେ ସାମିଲ ହେବା ସହିତ, ପୃଥିବୀର ୧ ପ୍ରତିଶତ ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି ପରିଗଣିତ ହେଉଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଭୟଙ୍କର ଘଟଣା; ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ, ଦେଖନ୍ତୁ ଭିଡ଼ିଓ...
ମେନ୍ସା ପକ୍ଷରୁ କାଟେଲ୍ ଥ୍ରୀ-ବି ପଦ୍ଧତିରେ କ୍ରିଶଙ୍କର ବୁଦ୍ଧିମତା ପରୀକ୍ଷା ହୋଇଥିଲା, ଯେଉଁଥିରେ ତାଙ୍କର ଆଇକ୍ୟୁ ୧୬୨ ବୋଲି ଜଣାପଡ଼ିଛି । ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଓ ଷ୍ଟିଫେନ୍ ହକିଙ୍ଗଙ୍କ ଆଇକ୍ୟୁ ୧୬୦ ପାଖାପାଖି ହୋଇଥିବା ବେଳେ, ସେମାନଙ୍କୁ ପଛରେ ପକାଇଛନ୍ତି କ୍ରିଶ୍ । ଗଣିତ ସହିତ ଚେସ୍ ଖେଳିବା ଓ ଗ୍ରେଡ୍-୮ ପିଆନୋ ବଜାଇବାରେ ବି ପାରଙ୍ଗମ କ୍ରିଶ୍ ଅରୋଡ଼ା । ସେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ବା ଫିଡେ ରେଟିଂ ୧୬ ଶହ ହାସଲ କରିଛନ୍ତି ।
କ୍ରିଶଙ୍କ ମାଆ ମୌଲି ଓ ବାପା ନିଶ୍ଚଳ ଦୁଇଜଣ ଇଞ୍ଜିନିୟର । ପିଲାଟି ଦିନରୁ କ୍ରିଶଙ୍କ ଠାରେ ବିଚକ୍ଷଣ ପ୍ରତିଭା ଦେଖିବାକୁ ମିଳିଥିଲା । ମାତ୍ର ୪ ବର୍ଷ ବୟସର ହୋଇଥିବାବେଳେ ତାଙ୍କର ଏହି ଅସାଧାରଣ ଶକ୍ତି ବିଷୟରେ ଜାଣିବାକୁ ପାଇଥିଲେ କ୍ରିଶ୍ଙ୍କ ବାପା, ମାଆ । କ୍ରିଶ୍ ୪ ବର୍ଷ ବୟସରେ ପ୍ରାଞ୍ଜଳ ଭାବେ ବହି ପଢ଼ିପାରୁଥିଲେ ଏବଂ ପଲକ ମାତ୍ରକେ ଜଟିଳ ଗଣିତ ପ୍ରଶ୍ନର ଉତ୍ତର ଦେଇପାରୁଥିଲେ । ୮ ବର୍ଷ ବୟସ ବେଳକୁ ସେ ଗୋଟିଏ ଦିନରେ ପୂରା ବର୍ଷର ପାଠ ପଢ଼ି ଶେଷ କରିଦେଉଥିଲେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।