/odishatv-khabar/media/post_attachments/uploadimage/library/16_9/16_9_0/Kanwar_1751954448.jpg)
Kanwar
କାଉଡି ଯାତ୍ରା ସମୟରେ ବନ୍ଦ ରହିବ ମାଂସ ଦୋକାନ । ଚଳିତ ମାସ ୧୧ ତାରିଖରୁ ୨୩ ତାରିଖ ମଧ୍ୟରେ କାଉଡି ଯାତ୍ରା ସମୟରେ ରାଜଧାନୀ ଦିଲ୍ଲୀରେ ବନ୍ଦ ରହିବ ମାଂସ ଦୋକାନ । ଯଦିଓ କାଉଡି ଯାତ୍ରା ମାର୍ଗରେ ମାଂସ ଦୋକାନ ବନ୍ଦ ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢନ୍ତୁ: ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ CJI ଜଷ୍ଟିସ୍ ଚନ୍ଦ୍ରଚୂଡ, କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ
ଦିଲ୍ଲୀ ମନ୍ତ୍ରୀ କପିଳ ମିଶ୍ର କହିଛନ୍ତି, ଅନେକ ମାଂସ ଦୋକାନଗୁଡିକ ମଧ୍ୟରୁ ଅନେକ ଗୁଡିଏ ବେଆଇନ ଏବଂ ଏଗୁଡିକ ଆଇନତଃ ଭାବରେ ପରିଚାଳନା ହେବା ଉଚିତ୍ ନୁହେଁ । କିନ୍ତୁ କାଉଡି ଯାତ୍ରା ସମୟରେ ଏହି ମାଂସ ଦୋକାନଗୁଡିକ ବନ୍ଦ ରହିବ । ସମସ୍ତେ ଆଇନକୁ ଅନୁସରଣ କରିବା ଉଚିତ୍ । ଏସବୁ ବେଆଇନ ଦୋକାନକୁ ଆମେ ଖୋଲିବାକୁ ଅନୁମତି ଦେଇ ପାରିବୁ ନାହିଁ । ତେବେ ଏହି ସମୟରେ କେଉଁ ରୁଟରେ ଦୋକାନ ବନ୍ଦ ରହିବ ତାହା ସେ ସ୍ପଷ୍ଟ କରି ନାହାନ୍ତି । କାଉଡି ଯାତ୍ରା ସମୟରେ ପବିତ୍ରତା ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ବିଜେପି ବିଧାୟକ ତରବିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖି କାଉଡି ଯାତ୍ରା ସମୟରେ ଅସ୍ଥାୟୀ ଭାବେ କାଉଡି ଯାତ୍ରା ରୁଟରେ ସବୁ ମଦ ଦୋକାନ ଓ ମାଂସ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଅସ୍ଥାୟୀ ଭାବେ ମଦ ଦୋକାନ ଓ ମାଂସ ଦୋକାନ କଲେ ଯାତ୍ରାର ପବିତ୍ରତା ବଜାୟ ରହିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆ ଯାଇପାରିବ ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସରେ ଭକ୍ତମାନେ ଖାଲି ପାଦରେ ନଦୀରୁ ଜଳ ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି । ଚଳିତ ବର୍ଷ ଜୁଲାଇ ୧୧ରୁ ୨୩ ତାରିଖ ମଧ୍ୟରେ କାଉଡି ଯାତ୍ରା ଅନୁଷ୍ଠିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)