Advertisment

Protests in Manipur: ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ : ୫ ଦିନ ଯାଏଁ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ

ମୁଣ୍ଡରେ ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ । ମୈତେଇ ନେତାଙ୍କ ଗିରଫଦାରୀ ପରେ ଉତ୍ତେଜନା । ପୁଣି ଅଶାନ୍ତ ହେଲା ମଣିପୁର । ୫ ଦିନ ଯାଏଁ କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Protests In Manipur

Protests In Manipur

ପୁଣି ଅଶାନ୍ତ ମଣିପୁର । ମୁଣ୍ଡରେ ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ ଦେଲେ ଆନ୍ଦୋଳନକାରୀ । ମଣିପୁର ରାଜଧାନୀ ଇମ୍ଫାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମୈତେଇ ନେତାଙ୍କ ଗିରଫ ପରେ ତାଙ୍କ ସମର୍ଥକମାନେ ଏହିଭଳି ପ୍ରତିବାଦ ଜାରି ରଖିଛନ୍ତି । ନିଜ ଉପରେ ପେଟ୍ରୋଲ ଢାଳିବା ସହ ଦାବି ପୂରଣ ନହେଲେ ନିଜକୁ ଜାଳିଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । 

Advertisment

ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ:
ଗତକାଲି (ଶନିବାର) ରାତିରେ ମଣିପୁରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । AT(ଅରଂବାଇ ତେଂଗଗୋଲ) ସଂଗଠନର ପ୍ରମୁଖ ନେତା କାନନ ସିଂହଙ୍କ ଗିରଫଦାରୀ ପ୍ରତିବାଦରେ ଜୋରଦାର ବିକ୍ଷୋଭ ଆରମ୍ଭ ହୋଇଛି । ଏହି ଉତ୍ତେଜନା ଏତେ ତୀବ୍ର ରୂପ ନେଇଛି ଯେ, ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାର ଧମକ ଦେଇଛନ୍ତି ଆନ୍ଦୋଳନକାରୀ । ମୁଖ୍ୟତଃ ସେମାନେ ମୈତେଇ ସମ୍ପ୍ରଦୟର ହୋଇଥିବା ଜଣାପଡ଼ିଛି ।

ଇଣ୍ଟରନେଟ୍ ସେବା ବନ୍ଦ, କର୍ଫ୍ୟୁ ଜାରି:
ସେପଟେ ଉତ୍ତେଜନାମୂଳକ ସ୍ଥିତିକୁ ନଜରରେ ରଖି କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ପୂର୍ବ-ଉତ୍ତର ଇମ୍ଫାଲ ସହ ବିଷ୍ଣୁପୁର, ଥୌବଲ ଏବଂ କାକଚିଂ ଜିଲ୍ଲାରେ 5 ଦିନ ଯାଏଁ କର୍ଫ୍ୟୁ ଜାରି କରାଯାଇଛି । 

Advertisment

AT ର ଭୂମିକା ଓ ବିବାଦ:
AT(ଅରଂବାଇ ତେଂଗଗୋଲ) ନିଜକୁ ଏକ ସାଂସ୍କୃତିକ ସଂଗଠନ ବୋଲି ଦାବି କରିଆସୁଛି । କିନ୍ତୁ 2023ରେ କୁକି-ମୈତେଇ ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ପଛରେ ଏହି ସଂଗଠନର ହାତ ଥିବା ଅଭିଯୋଗ ରହିଛି । ଏପରିକି 2024ରେ ଅତିରିକ୍ତ ଏସପି ମୋଇରାଂଥେମ ଅମିତଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣ ପଛରେ କାନନ ସିଂଙ୍କ ହାତ ଥିବାର ଅଭିଯୋଗ ରହିଛି । ଏହି ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କାନନ ସିଂ ।  ସେପଟେ AT ସଂଗଠନର କହିବା କଥା, ଆଇନ ବ୍ୟବସ୍ଥାର ବିଫଳତା ଯୋଗୁ ସେମାନେ ଅସ୍ତ୍ର ଧରିବାକୁ ବାଧ୍ୟ ହୋଇଥିଲେ । ହେଲେ ଫେବ୍ରୁଆରୀରେ ରାଜ୍ୟପାଳ ଏକେ ଭଲ୍ଲାଙ୍କ ନିର୍ଦ୍ଦେଶରେ ସେମାନେ ଅସ୍ତ୍ର ତ୍ୟାଗ କରିଥିଲେ । ତଥାପି ଆମ ନେତାଙ୍କୁ କାହିଁକି ଗିରଫ କରାଗଲା ବୋଲି ପ୍ରଶ୍ନ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅଧିକ ପଢନ୍ତୁ :ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ; ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

Protests Manipur
Advertisment
Related Articles
Advertisment