Advertisment

ସେଲଫି ନେବାବେଳେ ସା‍ବଧାନ ! ଓଟ ଖାଇଗଲା ମହିଳାଙ୍କ ଚୁଟି, ଭାଇରାଲ୍ ହେଉଛି ଭିଡିଓ

ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଓଟ ସହ ସେଲଫି ନେଲାବେଳେ ସାବଧାନ ହୋଇଯାଆନ୍ତୁ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଓଟ ସହ ସେଲଫି ନେବା ମହଙ୍ଗା ପଡ଼ିଲା । ଚୁଟି ଟାଣି ନେଲା ଓଟ । ଓଟ ବାଡ଼ ଭିତରେ ଥିବା ବେଳେ ଜଣେ ମହିଳା ଜଣକ ବାହାରେ ରହି ଫଟୋ ଉଠାଉଇବାକୁ ଚେଷ୍ଟା କରିଥିଲେ । ତେବେ ଓଟଟି ବାଡ଼ ଭିତରୁ ମୁହଁ ଗଳାଇ ମହିଳାଙ୍କ ଚୁଟି ଟାଣି ନେଇଥିଲା । ତେବେ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେଉଛି । ଏଥିଯୋଗୁ ମହିଳାଙ୍କ ଚୁଟି ଛିଡ଼ି ଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହା ପରେ ଓଟ ମହିଳାଙ୍କ ଚୁଟିକୁ ଚୋବାଇ ଖାଉଥିବା ଦେଖିବାକୁ ମିଳୁଛି ।

Advertisment

ଆଜିକାଲି ବେଶ ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପ୍ରବୀଣ ଅଙ୍ଗୁସାମି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଓଟ ପାଇଁ ସ୍ୱାଦିଷ୍ଟ ହାଇ-ପ୍ରୋଟିନ୍ ଜଳଖିଆ। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇ ସାରିଛି। ଚିଡିଆଖାନାକୁ ଯାଉ ସେଲଫି ନେଉଥିବା ପର୍ଯ୍ୟଟକଙ୍କ ସହ ଅନେକ ସମୟରେ ଏଭଳି କିଛି ଘଟୁଥିବାର ଦେଖାଯାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ସାବଧାନ ରହିବାକୁ ବିଭିନ୍ନ ସମୟରେ କୁହାଯାଇଥାଏ।

ଆଜିକାଲି ସେଲଫିର ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆପଣ ସୋସିଆଲ ମିଡିଆରେ ନିଶ୍ଚିତ ଏହିପରି ଅନେକ ମଜାଦାର ଭିଡିଓ ଦେଖିଥିବେ। ହେଲେ ଏହି ସେଲଫି ନିଶା ପାଇଁ ଅନେକ ଥର ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଜୀବନ ଚାଲି ଯାଇଥାଏ।

Advertisment
Special Story
Advertisment
Advertisment