• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୯୦ ଦଶକର ପିଲାମାନେ ସୁପରମ୍ୟାନ୍‌କୁ ନିଶ୍ଚୟ ଜାଣିଥିବେ । ସେତେବେଳେ ପିଲାଙ୍କ ମଧ୍ୟରେ ଏହାକୁ ନେଇ ବହୁତ କ୍ରେଜ୍‌ ଥିଲା। ଆଉ ସତ କହିବାକୁ ଗଲେ ଏବେ ବି ସୁପରାମ୍ୟାନ୍‌ ଆମ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇ ରହିଛି । ଦିନ ଥିଲା ଯେତେବେଳେ ପ୍ରତ୍ୟେକ ପିଲାମାନେ ସୁପରମ୍ୟାନ୍‌ ଭଳି ଆକାଶରେ ଉଡ଼ିବାକୁ ଏବଂ ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ । ଯାହା ଦେହରେ ବନ୍ଧୁକ ଗୁଳି ବାଜିଲେ ବି କିଛି କ୍ଷତି ହେଉନଥିଲା ।

କିଛି ବର୍ଷ ପୂର୍ବରୁ ଏହାର ଗୋଟିଏ ଗପ ବହି ମାତ୍ର କିଛି ଟଙ୍କାରେ ମିଳି ଯାଉଥିଲା । କିନ୍ତୁ ସମୟ ବଦଳିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଲା । ହେଲେ ଆଜିର ନିଲାମୀ ବିଷୟରେ ଯିଏ ଶୁଣିବ ତାର ହୋସ୍‌ ଉଡ଼ିଯିବ । ଗୋଟିଏ କି ଯୋଡ଼ିଏ ନୁହେଁ, ୪୯ କୋଟି ଟଙ୍କାରେ ବିକ୍ରି ହୋଇଛି ସୁପରମ୍ୟାନ୍‌ ଗପ ବହି ।

ଏହାର ଚୟୟିତା ଜେରୀ ସାଇଗଲ ଓ ଜୋ’ ସୁସ୍‌ଟର ଜନ୍ମ ଦେଇଥିଲେ ସୁପରମ୍ୟାନ୍‌କୁ । ଗପର ପ୍ରଥମ ଭାଗରେ କ୍ରିପ୍‌ଟୋନିୟନ ବାଳକକୁ ପୃଥିବୀକୁ ପଠାଯାଇଥିଲା । ଆଉ ତା’ସହ ଜଣେ ବାନ୍ଧବୀ ଲୁଇସ ସେନ୍‌ଙ୍କର ବି ଏଣ୍ଟ୍ରି ହୋଇଥିଲା।

ତେବେ ସୁପରମ୍ୟାନ୍‌-୧, ୨୦୨୨ରେ ୫.୩ ମିଲିଅନ୍‌ ବା ୪୪ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏବେ ଏହି ରେକର୍ଡ ଭାଙ୍ଗି ୪୯ କୋଟି ଟଙ୍କାରେ ବିକ୍ରି ହୋଇଛି ଏହାର ମୁଳ ଲେଖା । ଏହାପୂର୍ବରୁ ୨୦୨୧ରହେ ୩.୬ ମିଲିଅନ୍ ବା ୨୯ କୋଟି ଟଙ୍କାରେ ବିକ୍ରି ହୋଇଥିଲା ସ୍ପାଇଡର ମ୍ୟାନ୍‌-୧ ।

ଏହାରି ଭିତରେ ସୁପରମ୍ୟାନ୍‌ ଗପ ବହି ଦୁର୍ଲଭ ଶ୍ରେଣୀକୁ ଚାଲିଯାଇଥିଲା । କାରଣ ଏହାର ମାତ୍ର ୭୮ ଖଣ୍ଡ ଛପାଯାଇଥିଲା । ଏହି ଗପକୁ ୧୦ରୁ ୮.୫ ରେଟିଂ ମିଳିଥିଲା । ଅର୍ଥାତ୍‌ ଏତେ ପୁରୁଣା ହେବା ପରେ ବି ଏହାର ଚାହିଦା ଖୁବ୍‌ ଅଧିକ ଥିଲା । ଏହା ପୂର୍ବରୁ ୦.୫ ରେଟିଂ ପାଇଥିବା ଏକ ସାଧାରଣ ଗପ ବହି ସେପ୍ଟେମ୍ବରରେ ୪୦୮.୦୦୦ ଡଲାରରେ ବିକ୍ରି ହୋଇଥିଲା ।

ହେରିଟେଜ୍‌ ଅକ୍ସନ୍‌ର ଉପାଧ୍ୟକ୍ଷ ବେରି ସେଣ୍ଡୋବଲ କହିଛନ୍ତି, ସୁପରମ୍ୟାନ୍‌ ଗପ ବହି ପାଇଁ ଏହା ଏକ ଐତିହାସିକ ଦିନ । ଆଉ ଏଥିରୁ କିଛି କମ୍ ଆଶା ମଧ୍ୟ ନଥିଲା । ସୁପରମ୍ୟାନ୍‌ ତଥା ଆକ୍ସନ୍ କମିକ୍ ନମ୍ବର ୱାନ୍‌ରେ ରହିବ ବୋଲି ସମସ୍ତଙ୍କ ଆଶା ଥିଲା । ହେଲେ ଏମିତି ଗୋଲ୍‌ଡେନ୍‌ ସମୟ ଆସିବ ବୋଲି କେବେ କେହି ଆକଳନ କରିପାରିନଥିଲେ । ଦୀର୍ଘ ବର୍ଷ ପୂର୍ବର ଏହି ଗପ ବା କମିକ୍‌ ଏବେ ବି ଲୋକଙ୍କ ମନରେ ଖୁବ୍‌ ସତେଜ୍ ଏବଂ ଭଲ ସ୍ଥିତିରେ ରହିଛି ।