Advertisment

ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ, ଆଜିଠାରୁ ଶୁଣାଣିର ଲାଇଭ ଷ୍ଟ୍ରିମିଂ

ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର ବିବାଦ ଆଦି ମାମଲା। ବିଚାରର ସିଧା ପ୍ରସାରଣ ନେଇ ସୁପ୍ରିମକୋର୍ଟରେ ଗତ ସପ୍ତାହରୁ ନିଷ୍ପତି ନିଆଯାଇଥିଲା। CJI ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା ।

author-image
Minati Mishra
ଅଦ୍ୟତନ ହୋଇଛି
Supreme Court Livestream

Supreme court of india

ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟ ଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର ବିବାଦ ଆଦି ମାମଲା। ବିଚାରର ସିଧା ପ୍ରସାରଣ ନେଇ ସୁପ୍ରିମକୋର୍ଟରେ ଗତ ସପ୍ତାହରୁ ନିଷ୍ପତି ନିଆଯାଇଥିଲା। CJI ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା ।

Advertisment

ସୁପ୍ରମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୨ୟ ଖଣ୍ଡପୀଠ ଆଜି ମହାରାଷ୍ଟ୍ର ରାଜନୈତିକ ବିବାଦର ଶୁଣାଣି କରିଥିଲେ। ଏହି ମାମଲାକୁ ନେଇ ଏକାଧିକ ପିଟିସିନ ଉଭୟ ଶିବସେନା-ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଧେଙ୍କ ପକ୍ଷରୁ ଆସିଥିଲା ।

ଏଠି କହିରଖିବୁ, ୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ଜଣେ ଆଇନ ଛାତ୍ରଙ୍କ ଆବେଦନକୁ ଶୀର୍ଷ ଅଦାଲତ ବିଚାରକୁ ନେଇ ନିଷ୍ପତ୍ତି ନେଇଥିଲେ ଯେ, ସାମ୍ବିଧାନିକ ଏବଂ ରାଷ୍ଟ୍ରୀୟ ମହତ୍ୱ ରଖୁଥିବା ଆବେଦନ ଶୁଣାଣୀର ସିଧା ପ୍ରସାରଣ କରାଯିବା ଉଚିତ। କୋର୍ଟ କହିଥିଲେ, ଉନ୍ମୁକ୍ତ ବିଚାର ସୂର୍ଯ୍ୟଙ୍କ କିରଣ ପରି । ଏହା ସର୍ବଶ୍ରେଷ୍ଠ କୀଟନାଶକ ପରି କାମ ଦେବ।

Advertisment

ଯାହା ବି ହେଉ, ସୁପ୍ରିମ କୋର୍ଟ ଏହି ଲାଇଭ ଷ୍ଟ୍ରିମିଂ ପ୍ରୋସିଡିଂ ୟୁ ଟ୍ୟୁବ ମାଧ୍ୟମରେ କରିବେ। ପରେ ତାଙ୍କର ନିଜ ସର୍ଭରରେ ଏହାକୁ ହୋଷ୍ଟ କରି ପାରିବେ। ତେବେ ସାଧାରଣ ଲୋକ ଶୁଣାଣିର ସିଧା ପ୍ରସାରଣ ସେଲ୍‌ ଫୋନ, ଲାପ୍‌ଟପ ଏବଂ କମ୍ପ୍ୟୁଟରରେ ଦେଖିପାରିବେ।

Supreme Court Live-Streaming App
Advertisment
Advertisment