/odishatv-khabar/media/post_attachments/uploadimage/library/16_9/16_9_0/pm_modi__1669194554.jpg)
pm modi
ମୋଦିଙ୍କୁ ସୁନ୍ଦର କବିତା ଶୁଣାଇଲା କୁନି ଝିଅ । କବିତାରେ କବିତାରେ ବିଜେପି ର ଗୁଣଗାନ କରିଛି ୭ ବର୍ଷୀୟା ଆଧ୍ୟା । ପ୍ରଧାନମନ୍ତ୍ରୀଙ୍କ ସହ ଏହି କୁନି ଝିଅର ଭିଡିଓକୁ ବିଜେପି ସୋସିଆଲ୍ ମିଡିଆ ରେ ଛାଡ଼ିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ମାରାଥନ୍ ପ୍ରଚାର ମଧ୍ୟ ଜୋର୍ ଧରିଛି । ତେବେ ପ୍ରଚାର ବେଳେ ଭିଡ଼ ଭିତରେ ମୋଦି ଆଉ ଜଣେ କୁନି ଝିଅଠୁ ଚିତ୍ର ଗ୍ରହଣ କରିବା ଘଟଣା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି ।
ଦୁଇ ଦିନ ପୂର୍ବରୁ ଗୁଜାରଟ ସୁରେନ୍ଦ୍ରନଗରକୁ ପ୍ରଚାର ପାଇଁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଞ୍ଚ ଉପରକୁ ଯିବା ପୂର୍ବରୁ ଗ୍ରୀନରୁମରେ ବସିଥିବା ବେଳେ ତାଙ୍କୁ ଭେଟିଥିଲା ୭ ବର୍ଷ ବୟସର କୁନିଝିଅ ଅଧ୍ୟବା ଜାଡ଼େଜା- ଆଧ୍ୟା । ରାଜକୋଟରେ ରହୁଥିବା ଆଧ୍ୟା ୫ ବର୍ଷ ବୟସରୁ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ । ଖାସ୍ ତାଙ୍କୁ ଭେଟିବା ପାଇଁ ରାଜକୋଟରୁ ଆସିଥିଲା ସୁରେନ୍ଦ୍ରନଗର । ତାର କବିତା ଆବୃତ୍ତିକୁ ମନଦେଇ ଶୁଣିଥିଲେ ମୋଦି । ଆଉ ତା ପରେ ଆଧ୍ୟାକୁ ସାବାସି ଦେଇଥିଲେ । ଏଥିସହ କୁନିଝିଅ ବେକରେ ପକାଇଥିବା ବିଜେପି ଉତ୍ତରୀୟରେ ଅଟୋଗ୍ରାଫ୍ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବେଶ୍ ଖୁସି ହୋଇଥିଲା ଆଧ୍ୟା ।
छोटी बच्ची ने BJP के लिए किया चुनाव प्रचार, बगल में बैठकर सुनने लगे PM मोदी।#GujaratElection2022#PMModi#GujaratAssemblyPollspic.twitter.com/ce3Cqt5dMc
— The Hint News (@TheHintNews) November 21, 2022
ଏହା ପୂର୍ବରୁ ଗତ ୧୯ ତାରିଖରେ ବାପିରେ ନିର୍ବାଚନ ପ୍ରଚାର ବେଳେ ଏକ ୧୩ ବର୍ଷୀୟ ଝିଅଠୁ ନିଜର ଏକ ଛବି ଗ୍ରହଣ କରିଥିଲେ ମୋଦି । ଏହାକୁ ନିଜ ହାତରେ ଆଙ୍କିଥିଲେ ଅମି ଭଟୁ । ରୋଡ୍ ସୋ ବେଳେ ଅମି ଜନଗହଳି ଭିତରେ ହାତରେ ମୋଦିଙ୍କ ଚିତ୍ରଟିକୁ ଧରି ଅପେକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଦେଖି ନିଜେ ସୁରକ୍ଷାକର୍ମୀଙ୍କୁ କହିଥିଲେ ତାଙ୍କଠୁ ଛବିଟିକୁ ସଂଗ୍ରହ କରିବା ପାଇଁ ।
ସେପଟେ ମୋଦିଙ୍କ ସହ କୁନି ଝିଅର କବିତା ଆବୃତ୍ତି ଓ ବିଜେପିର ଗୁଣଗାନକୁ ସମାଲୋଚନା କରିଛି କଂଗ୍ରେସ । ଏହାକୁ ଦୋମୁହାଁ ନୀତି ବୋଲି କହିଛି ଦଳ । ରାହୁଲ ଗାନ୍ଧିଙ୍କ ସହ ଏକ ଛୋଟ ଝିଅ ଚାଲି ଚାଲି ଯିବା ଘଟଣା ଜାତୀୟ ଶିଶୁ ଅଧିକାର କମିଶନ ନଜରକୁ ଆସୁଥିବା ବେଳେ, ମୋଦିଙ୍କର ଏହି ଭିଡିଓ କାହିଁକି ନଜରରେ ପଡ଼ୁନି ବୋଲି ପଚାରିଛି କଂଗ୍ରେସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)