• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାବଧାନ୍‌ !! ଜଙ୍ଗଲରେ ନୁହେଁ ହାଇୱେ କଡ଼େ କଡ଼େ ବୁଲୁଛି କଲରାପତରିଆ ଆତଙ୍କ । ମହାରାଷ୍ଟ୍ରର ପୁଣେରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବା ପାଇଁ ମିଳୁଛି, ଚିତାବାଘଟି ଧୀରେ ଧୀରେ ଆସି ନିଜ ଶିକାର ପାଖରେ ପହଞ୍ଚୁଛି । ହାଇୱେରେ ଏକ କୁକୁର ନିଜ ମାଲିକ ଠାରୁ ଟିକେ ଦୂରରେ ଶୋଇଥିବା ବେଳେ ତା’ଉପରେ ପଡ଼ିଥିଲା ଖାଦକର ଆଖି । ଆଉ ତା’ପରେ ଆଖି ପିଛୁଳାକେ ଆସି ପାଟିରେ କାମୁଡ଼ି କୁକୁରକୁ ନେଇ ପଳେଇ ଯାଇଛି । ହେଲେ ଏହି ସମୟରେ ଖଟ ଉପରେ ଶୋଇଥିବା ମାଲିକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭିଡିଓ ଦେଖିବା ପରେ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ବିପଦପୂର୍ଣ୍ଣ ଜଙ୍ଗଲ ସଫାରୀ ! ପର୍ଯ୍ୟଟକଙ୍କ ଆଡ଼କୁ ମାଡ଼ି ଆସିଲା ବାଘ

ମହାରାଷ୍ଟ୍ର ଜୁନ୍ନର ଅଞ୍ଚଳର କଲ୍ୟାଣ ନଗର ହାଇୱେ ନିକଟରେ ଏପରି ଘଟଣା ଘଟିଛି । ମେ ୧୫ ସୋମବାର ମଧ୍ୟରାତ୍ରିରେ ଏକ କଲରାପତରିଆ ବାଘ ଆସି ଧୀରେ ଧୀରେ ଆସି ମାଲିକ ଠାରୁ ଟିକିଏ ଦୂରରେ ଶୋଇଥିବା କୁକୁରକୁ ଶିକାର କରିଛି । ଏହି ସମୟରେ କୁକୁରର ମାଲିକ ଖଟ ଉପରେ ଅଚିନ୍ତା ନିଦରେ ଶୋଇଛନ୍ତି । ତା’ପରେ କୁକୁରର ପାଟି ଶୁଣି ଉଠିବା ପରେ ଯାହା ଦେଖିନ୍ତି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାଲିକ ଜଣକ ନିଶ୍ଚିତ ମୃତ୍ୟୁ ମୁଖ୍ୟରୁ ସେ ବର୍ତ୍ତି ଯାଇଥିଲେ ସିନା ହେଲେ  ପ୍ରିୟ କୁକୁରକୁ ସବୁଦିନ ପାଇଁ ହରାଇବାକୁ ପଡ଼ିଥିଲା ।

ଭିଡିଓ ଦେଖିବା ପରେ ୟୁଜରଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । କାରଣ ଏପରି କୌଣସି ବିପଦର ଆଭାସ ହେଲେ ସବୁଠାରୁ ବିଶ୍ୱସ୍ତ କୁହାଯାଉଥିବା ପ୍ରାଣୀ କୁକୁର ଜାଣିପାରେ । ତା’ର ଘ୍ରାଣ ଶକ୍ତି ତୀବ୍ର ଥିବାରୁ ଶୁଙ୍ଘି ଶୁଙ୍ଘି ସେ ବିପଦକୁ ଠଉରାଇ ପାରେ । ଏତେ ପାଖକୁ ଆସିଯାଇଥିଲେ ବି କୁକୁର କିପରି ଜାଣି ପାରୁନି ବୋଲି କିଛି ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତରେ ଅଛନ୍ତି ଦୁନିଆର ୭୫% ବାଘ ! ପ୍ରଧାନମନ୍ତ୍ରୀ ବଖାଣିଲେ 'Project Tiger'ର ଉପଲବ୍ଧି