/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681030086.jpg)
PM Modi on Project Tiger
ଦେଶରେ ଅଛନ୍ତି ୩ ହଜାର ୧୬୭ ବାଘ । ୨୦୨୨ ଗଣନା ଅନୁଯାୟୀ ବାଘ ସଂଖ୍ୟା ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିଛନ୍ତି । ପ୍ରୋଜେକ୍ଟ ଟାଇଗର ('Project Tiger')ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ରେ ୨ ହଜାର ୯୬୭ ବାଘ ଥିଲେ । ତେବେ ଏହା ୨୦୨୨ରେ ବଢ଼ି ୩ ହଜାର ୧୬୭ରେ ପହଞ୍ଚିଛି । ବିଶ୍ୱରେ ଥିବା ମୋଟ ବାଘ ସଂଖ୍ୟାର ୭୫ ପ୍ରତିଶତ ବାଘ ଭାରତରେ ଅଛନ୍ତି । ଦେଶରେ ୧୯୭୩ ମସିହାରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଥିଲା । ଏହାର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ ଆଲିଏଲନ୍ସର ଶୁଭାରମ୍ଭ କରିଛନ୍ତି । ଏହା ବାଘ ଓ ସିଂହଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ।
୭ ପ୍ରକାରର ବିଗ କ୍ୟାଟ ଶ୍ରେଣୀରେ ଅଛନ୍ତି ବାଘ, ସିଂହ, କଲରାପତରିଆ, ସ୍ନୋ ଲିଓପାଡ୍, ପୁମା, ଜାଗୁଆର ଓ ଚିତା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅମ୍ରିତ କାଲ୍ କା ଭିଜନ ଫର ଟାଇଗର କଜରଭେସନ ନାମକ ଏକ ବହି ଉନ୍ମୋଚନ କରିଥିଲେ । ଏହାସହ ଏକ ପ୍ରତିକାତ୍ମକ ମୁଦ୍ରାର ମଧ୍ୟ ଉନ୍ମୋଚନ କରିଥିଲେ । ...
‘ପ୍ରୋଜେକ୍ଟ ଟାଇଗର’ ର ୫୦ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ବାନ୍ଦିପୁର ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି..ଜିପରେ ୨୦ କିଲୋମିଟର ସଫାରୀ ବୁଲିବା ସହ ହାତୀଙ୍କ ସହ ବେଶ କିଛି ସମୟ ବିତାଇଛନ୍ତି#PMModi#bandipurtigerreserve#Karnataka#OTVpic.twitter.com/8i100gw5j2
— ଓଟିଭି (@otvkhabar) April 9, 2023
ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ପ୍ରକଳ୍ପ ବୁଲି ଦେଖିଥିଲେ । ଏହି ଅବସରରେ ମୋଦି ବ୍ୟାଘ୍ର ଅଭୟାରଣ୍ୟ ଭିତରେ ଖୋଲା ଜିପରେ ୨୦ କିଲୋମିଟର ବୁଲିବା ସହ ବଣ୍ୟଜନ୍ତୁଙ୍କ ଫଟୋ ଉଠାଇଥିଲେ । ଏହାପରେ ଥେପାକାଡ଼ୁ ଏଲିଫ୍ୟାଣ୍ଟ କ୍ୟାଂପ ଯାଇ ହାତୀଙ୍କୁ ଖାଇବାକୁ ଦେବା ସହ କିଛି ସମୟ କଟାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)