/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722402483.jpg)
Heavy Rainfall
କେରଳରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି । ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ । ମାଟିରେମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି। ଧୋଇ ଯାଇଛି ରାସ୍ତାଘାଟ। ଛିନ ଛତର ରେଳ ଧାରଣା । ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ ।
ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ । ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍ । ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି । କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି। ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍
ଅନ୍ୟପଟେ କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ। କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ପତ୍ତା ମିଳୁନି। ଏମାନେ ଭୁସ୍ଖଳନରେ ନିଖୋଜ ଥିବା ବିଷ୍ଣୁଙ୍କ ବାପା ଅମର ପ୍ରସାଦ ଚିନାରା ସୂଚନା ଦେଇଛନ୍ତି । ତାଙ୍କ ପୁଅ ବିଷ୍ଣୁ ଓ ବୋହୁ ପ୍ରିୟଦର୍ଶିନୀ ପାଲ ଏବଂ ଅନ୍ୟ ଦୁଇ ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର କେରଳ ଯାଇଥିଲେ। ଗତ ସୋମବାର ରାତିରେ ଭୁସ୍ଖଳନ ହୋଇଥିଲା। ଏଥିରେ ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ହୋଇଥିବା ଜଣାପଡିଛି। ପୁଅର କୌଣସି ଖବର ମିଳୁନଥିବା ବେଳେ ବୋହୁ ମେଡିକାଲରେ ଅଛନ୍ତି ବୋଲି ବାପା କହିଛନ୍ତି। ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ମଧ୍ୟ କୌଣସି ପତ୍ତା ମିଳୁନି। ତେବେ ତାଙ୍କ ପତ୍ନୀ ସ୍ୱୀକୃତି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସେପଟେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ୍ ମିଡ଼ିଆ Xରେ ଦର୍ଶାଇଛି ଯେ, ରାଜ୍ୟ ସରକାର କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨ ଜଣ ଓଡ଼ିଆ ଚିକିତ୍ସାଧିନ ଥିବାବେଳେ ଦୁଇ ଜଣ ନିଖୋଜ ଅଛନ୍ତି। ଏଣେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଷ୍ଣୁପ୍ରସାଦ ଚିନାରାଙ୍କ ଘରେ ପହଞ୍ଚିଛି ପ୍ରଶାସନ। ଅତିରିକ୍ତ ତହସିଲଦାର ଓ ବିଡ଼ିଓଙ୍କ ସମେତ ବିଧାୟକ ଶୋଭିକ୍ ବିଶ୍ବାଳ ପହଞ୍ଚି ପରିବାରକୁ ଆଶ୍ବାସନା ଦେଇଛନ୍ତି। ସମସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)