Advertisment

Advanced Medium Combat Aircraft : ଭୟରେ ଥରିଲେଣି ଚୀନ, ପାକିସ୍ତାନ; ଭାରତ ତିଆରି କରୁଛି ୫ମ ପିଢ଼ିର ଯୁଦ୍ଧବିମାନ

ଭାରତ ଏବେ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ୫ମ ପିଢିର ଷ୍ଟେଲ୍ଥ ଯୁଦ୍ଧବିମାନ AMCAକୁ ବିକଶିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଏକ ମେଗା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
FifthGenFighter

FifthGenFighter

ଭାରତ ଏବେ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ୫ମ ପିଢିର ଷ୍ଟେଲ୍ଥ ଯୁଦ୍ଧ ବିମାନ AMCAକୁ ବିକଶିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଏକ ମେଗା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଭାରତର ବାୟୁସେନାର କ୍ଷମତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପ ଅଧୀନରେ, ମିଡିଅମ୍ ଓ୍ୱେଟ୍ ଡିପ ପେନିଟ୍ରେସନ ଆଡଭାନ୍ସ ଯୁଦ୍ଧବିମାନକୁ ବିକଶିତ କରାଯିବ, ଯାହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ବା AMCA ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ହେବ। ଏହା ଆମେରିକାର ପଞ୍ଚମ ପିଢିର ଫାଇଟର୍ ଜେଟ୍ f-35 ଓ ଋଷିଆର Su-57 ଭଳି କ୍ଷମତାଶାଳୀ ହେବ। ଏହା ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି ବା ADA ଓ DRDO ଅଧୀନରେ ବିକଶିତ ହେବ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HAL ଦ୍ୱାରା ଉତ୍ପାଦିତ ହେବ।

AMCA ଷ୍ଟେଲଥ୍ ଟେକ୍ନୋଲୋଜି ପାଇଁ ଏହାକୁ ଶତ୍ରୁପକ୍ଷ ରାଡାର ଟ୍ରାକ କରିପାରିବ ନାହିଁ, ଫଳରେ ଏହା ନିଜ ମିଶନକୁ ବିନା କୌଣସି ବାଧାରେ ଶେଷ କରି ପାରିବ। ଏହାର ସ୍ପିଡ ମାକ୍ ୨.୧ ରହିବ, ଏଥିରେ ସୁପରକ୍ରୁଜ୍, ସେନ୍ସର ଫ୍ୟୁଜନ୍, ଆଡଭାନ୍ସ୍ ଏଭିଓନିକ୍ସ ଏବଂ ଆଭ୍ୟନ୍ତରୀଣ ଅସ୍ତ୍ରଶସ୍ତ୍ର ଭଳି ବୈଶିଷ୍ଟ୍ୟ ରହିବ। ଏହି ସମସ୍ତ ଫିଚର ଯେକୌଣସି ପଞ୍ଚମ ପିଢ଼ିର ଯୁଦ୍ଧ ବିମାନର ଆଧାର ଭାବରେ ବିବେଚନା କରାଯାଏ।

Advertisment

AMCAକୁ ଭାରତୀୟ ବାୟୁସେନାର ଭବିଷ୍ୟତ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଉଛି। ଏହା ଚୀନର ୫ମ ପଢିର J-20, j-35 ଭଳି ଯୁଦ୍ଧ ବିମାନକୁ ମୁକାବିଲା କରିବା ପାଇଁ ସକ୍ଷମ ହେବ।

ଅଧିକ ପଢ଼ନ୍ତୁ: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା

India News Pakistan Defence Minister Rajnath Singh On Pakistan
Advertisment
Advertisment