Advertisment

New Delhi Railway Station Stampede: ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା; ଜାଣନ୍ତୁ କାହିଁକି ହେଲା...

କେମିତି ହେଲା ଏତେ ବଡ଼ ଦଳାଚକଟା ? କେଉଁ ପରିସ୍ଥିତିରେ ହେଲା ଏତେ ବଡ଼ ଦୁର୍ଘଟଣା ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏବେ ବଡ଼ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
New Delhi Railway Station Stampede

New Delhi Railway Station Stampede

Advertisment

ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାକୁ ନେଇ ଆସିଲା ବଡ଼ ସୂଚନା। କେମିତି ହେଲା ଏତେ ବଡ଼ ଦଳଚକଟା ? କେଉଁ ପରିସ୍ଥିତିରେ ହେଲା ଏତେ ବଡ଼ ଦୁର୍ଘଟଣା ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏବେ ବଡ଼ ସୂଚନା ମିଳିଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ହୋଇଥିଲା। ଏହି ଭିଡ଼କୁ ଦେଖି ରେଳ ବିଭାଗ ତରଫରୁ ମହାକୁମ୍ଭ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ସାଙ୍ଗେ ସାଙ୍ଗେ ପ୍ରବଳ ଟିକେଟ୍‌ ମଧ୍ୟ ବିକ୍ରି ହୋଇଥିଲା। ଯାହାଫଳରେ ଏମିତି ଘଟଣା ଘଟିଛି ବୋଲି କୁହାଯାଉଛି। 

Advertisment

ଏକ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ,  ରେଳ ବିଭାଗ ପକ୍ଷରୁ ପ୍ରୟାଗରାଜ ପାଇଁ ପ୍ରତି ୧ ଘଣ୍ଟାରେ ପାଖାପାଖି ୧୫୦୦ ଜେନେରାଲ୍‌ ଟିକେଟ୍‌ ବିକ୍ରି ହୋଇଥିଲା।  

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ତେବେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ  ଭୟଙ୍କର ଭାବେ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ଥିଲା। ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ଏକାଠି ହୋଇଥିଲେ। ତେବେ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରେ ଥିଲା।

Advertisment

ଅନ୍ୟପଟେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ମଧ୍ୟ ନୂଆଦିଲ୍ଲୀ ଷ୍ଟେସନ ଛାଡ଼ିବାର ଥିଲା। ଏହି ଦୁଇ ଟ୍ରେନ ପ୍ରୟାଗରାଜ ଷ୍ଟେସନ ଦେଇ ଯାଉଥିବାରୁ ଯାତ୍ରୀ ସେହି ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ। ତେବେ ଏହି ଦୁଇ ଟ୍ରେନ ବିଳମ୍ବ ହେବାରୁ ପ୍ରୟାଗରାଜ ଏକ୍ସପ୍ରେସ ମୁହାଁ ହୋଇଥିଲେ ଯାତ୍ରୀ। ଏହାକୁ ନେଇ ଦଳାଚକଟା ହୋଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ

Advertisment
Railway Station New Delhi Railway Station Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ