/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730804657.jpg)
Kolkata Case
କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ । ସିଆଲଦାହ କୋର୍ଟରେ ହାଜର କଲା ବେଳେ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛି ସଞ୍ଜୟ । ଏହି ମାମଲାରେ ତାକୁ ଫସେଇ ଦିଆଯାଇଛି । ଦୁଷ୍କର୍ମ ଓ ହତ୍ୟାରେ ସେ ସଂପୃକ୍ତ ନାହିଁ, ତାକୁ ସରକାର ଫସେଇ ଦେଇଥିବା କହିଛି ସଞ୍ଜୟ । ଖାଲି ଏତିକି ନୁହେଁ ଏନେଇ ବାରମ୍ବାର ସେ କହିବାକୁ ଚାହିଁଥିଲେ ବି କହିବାକୁ ଦିଆଯାଇନି ।
ତାଙ୍କ ବିଭାଗ ବି ତାଙ୍କୁ ଟଙ୍କା ଦେଇ ଚୁପ୍ ରହିବାକୁ ଚାପ ପକାଇଛନ୍ତି ବୋଲି କହିଛି ସଞ୍ଜୟ । RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହୋଇଛି ସଞ୍ଜୟ ରାୟ । କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୋଲିସ କିମ୍ବା ମାମଲାରେ ଏବେ ତଦନ୍ତ କରୁଥିବା ସିବିଆଇ । ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।
ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...
VIDEO | RG Kar rape-murder case: "I have been framed. I told the judge that I am innocent but they did not listen to me," says accused Sanjay Roy while being taken out of Sealdah court.
(Full video available on PTI Videos - https://t.co/n147TvrpG7) pic.twitter.com/iEKuZdGt4r
— Press Trust of India (@PTI_News) November 4, 2024
ସେପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । କହିଛନ୍ତି ରାଜ୍ୟରେ ତଦନ୍ତ ହେଲେ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏନେଇ ଟିଏମସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଗତ କିଛିଦିନ ତଳେ କୋଲକାତା ବହୁ ଚର୍ଚ୍ଚିତ ଅଭୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଥିଲା ସିବିଆଇ । ସିଆଲଦା ସ୍ପେଶାଲ କୋର୍ଟରେ ଚାର୍ଜସିଟ ଦାଖଲ କରିବା ବେଳେ ରିପୋର୍ଟରେ ଏହା ଲେଖିଥିଲା ସିବିଆଇ ।
୨୦୦ ଲୋକଙ୍କ ବୟାନ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା । କୋଲକାତା ପୋଲିସରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସଂଜୟ ରାୟ ହିଁ ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଥିଲା ସିବିଆଇ । ହସ୍ପିଟାଲ ସେମିନାର ରୁମରେ ରେଷ୍ଟ ପାଇଁ ମହିଳା ଡାକ୍ତର ଜଣଙ୍କ ଯାଇଥିବା ବେଳେ ଅପରାଧ ଭିଆଇଥିଲା ସଂଜୟ । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରେକର୍ଡ ହୋଇଥିବା ୨୦୦ ଜଣଙ୍କ ସାକ୍ଷ୍ୟରେ ସଂଜୟ ହିଁ ମୁଖ୍ୟ ଅଭିଯୁକ୍ତ ।
ଗତ ଅଗଷ୍ଟ ୯ ତାରିଖରେ ହସ୍ପିଟାଲ ସେମିନାର ହଲରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଭୟାଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଆନ୍ଦୋଳନ ବିକ୍ଷୋଭ ହୋଇଥିଲା । ଅଗଷ୍ଟ ୯ ତାରିଖରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା ।
ଖାଲି ଏତିକି ନୁହେଁ, ସେ ଜଣେ ପଶୁ ପ୍ରବୃତିର । ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଥିଲା । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ ଗୋଟି ଗୋଟି ବଖାଣିଥିଲା ସିବିଆଇ ଆଗରେ । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ୪ ଜଣ ଯୁବତୀଙ୍କୁ ବାହା ହୋଇ ଦେହ ସୁଖ ନେବା ପରେ ସେମାନଙ୍କୁ ଅଧାବାଟରେ ଛାଡ଼ି ଦେଇଥିଲା ।
ଖାଲି ସେତିକି ନୁହେଁ, ନିଜର ଶାରୀରିକ ସ୍ୱାର୍ଥ ମେଣ୍ଟିଯିବା ପରେ ସମସ୍ତଙ୍କୁ ପ୍ରବଳ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଏମିତିକି ତା’ର ୪ର୍ଥ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାକୁ ମାଡ଼ ମାରି ଲହୁଲୁହାଣ କରିଥିଲା । ସେ ପୋଲିସ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’କୁ ଗିରଫ କରିନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)