Advertisment

Flight Delay: ବିମାନ ଉଡାଣ ବିଳମ୍ବ କିମ୍ବା ବାତିଲ ହେଲେ ଯାତ୍ରୀମାନେ ପାଇପାରିବେ କ୍ଷତିପୂରଣ; ଜାଣନ୍ତୁ କ’ଣ କହୁଛି ନିୟମ

ବିମାନ ଉଡାଣରେ ବିଳମ୍ବ ହେଲେ କିମ୍ବା ବିମାନ ବାତିଲ ହେଲେ ନିୟମ ଅନୁଯାୟୀ, କିଛି ସର୍ତ୍ତ ମୁତାବକ, ଯାତ୍ରୀମାନେ କ୍ଷତିପୂରଣ ପାଇବା ସହ ଖାଦ୍ୟ, ପାନୀୟ ଓ ହୋଟେଲରେ ରହିବା ସୁଯୋଗ ଯୋଗାଇବେ ଏୟାରଲାଇନ୍ସ କମ୍ପାନୀ ।

ଅଦ୍ୟତନ ହୋଇଛି
airlines

airlines

Advertisment

କ୍ରମାଗତ କିଛି ଦିନ ଧରି ଭାରତରେ ବିମାନ ଉଡାଣ ବିଳମ୍ବ ହେବା ଯୋଗୁଁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶେଷ ମୁହୂର୍ତ୍ତରେ କୌଣସି କାରଣବଶତଃ ବିମାନ ଉଡାଣକୁ ସ୍ଥଗିତ କରାଯାଉଛି । ଯାହା ଫଳରେ ଗନ୍ତବ୍ୟସ୍ଥଳକୁ ସଠିକ୍ ସମୟ ମଧ୍ୟରେ ନଯାଇ ପାରି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିମାନ ଯାତ୍ରୀ । ନିକଟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ମଧ୍ୟପ୍ରାଚ୍ୟକୁ ବିମାନ ଉଡାଣ ସ୍ଥଗିତ ହୋଇଥିଲା । ସେହିଭଳି ଖରାପ ପାଗ ଯୋଗୁଁ ମଧ୍ୟ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଥିଲେ ଯାତ୍ରୀ । 

Advertisment

ଅଧିକ ପଢନ୍ତୁ: ଆହୁରି ପାୱାରଫୁଲ୍ ହେବ ଭାରତ, ସୀମା ଜଗିବ ଆପାଚି ଆଟାକ୍ ହେଲିକପ୍ଟର

ତେବେ ଜାଣିଛନ୍ତି କି ବିମାନ ଉଡାଣରେ ବିଳମ୍ବ କିମ୍ବା ବାଧାପ୍ରାପ୍ତ ହେଲେ କ’ଣ କରିବେ?

ବିମାନ ଉଡାଣ ବିଳମ୍ବ ହେଲେ କଣ କରିବେ:-

ଯଦି ଆପଣ ଚେକ୍ ଇନ୍ କରି ସାରିଛନ୍ତି, କିନ୍ତୁ ବିମାନ ଉଡାଣରେ ବିଳମ୍ବ ହେଲା, ତାହାଲେ ଏୟାରଲାଇନ୍ସକୁ ଆପଣଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବାକୁ ପଡିବ । ଯଦି ରାତି ୮ଟା ପରେ ୬ ଘଣ୍ଟା ଅତିକ୍ରମ କରେ କିମ୍ବା ୨୪ ପର୍ଯ୍ୟନ୍ତ ବିମାନ ଉଡାଣ ବିଳମ୍ବ ହୁଏ, ତାହାଲେ ଯାତ୍ରୀମାନଙ୍କ ରହିବା ପାଇଁ ଏୟାର ଲାଇନ୍ସକୁ ମାଗଣାରେ ହୋଟେଲରେ ରହିବାକୁ ସୁବିଧା ଯୋଗଇବାକୁ ପଡିବ ।

Advertisment

ଘରୋଇ ବିମାନ ଉଡାଣ ବିଳମ୍ବ ହେଲେ ଏୟାରଲାଇନ୍ସ କଣ କରିବ:-

  • ୨୪ ଘଣ୍ଟା ପୂର୍ବରୁ ସଂଶୋଧିତ ପ୍ରସ୍ଥାନ ସମୟ ବାବଦରେ ଯାତ୍ରୀଙ୍କୁ ଅବଗତ କରିବ ଏୟାରଲାଇନ୍ସ ।
  • ୬ ଘଣ୍ଟା ମଧ୍ୟରେ ଏକ ବିକଳ୍ପ ବିମାନ ସୁବିଧା ଯୋଗାଇ ଦିଆଯିବ ।
  • ଟିକେଟ ମୂଲ୍ୟର ସମ୍ପୂର୍ଣ୍ଣ ଫେରସ୍ତ କରାଇବ ଏୟାରଲାଇନ୍ସ ।

ଅନ୍ତର୍ଜାତୀୟ ବିମାନ ପାଇଁ ମଧ୍ୟ ନିଜ ଦେଶର ଫେରସ୍ତ ନିୟମ ଲାଗୁ ହେବ ।

ବିମାନ ଉଡାଣ ବାତିଲ ହେଲେ କଣ କରିବେ:-

  • ବିମାନବନ୍ଦରରେ ପହଞ୍ଚିବା ପରେ ଯଦି ବିମାନ ଉଡାଣ ବାତିଲ ହେଉଛି ତାହାଲେ ଆପଣ ବିମାନର ଧାର୍ଯ୍ୟ ସମୟ ଅନୁସାରେ, କ୍ଷତିପୂରଣ ପାଇପାରିବେ ।
  • ଉଡାଣ ବାତିଲ ହେଲେ ଏୟାରଲାଇନ୍ସକୁ ଦୁଇ ସପ୍ତାହ ମଧ୍ୟରେ କିମ୍ବା ୨୪ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଜଣାଇବାକୁ ପଡିବ । 
  • ନିର୍ଦ୍ଧାରିତ ସମୟର ୨ ଘଣ୍ଟା ମଧ୍ୟରେ ଏକ ବିକଳ୍ପ ବିମାନ ଯୋଗାଇ ଦିଆଯିବ ।
  • ଯାତ୍ରୀମାନେ ଯଦି ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରଲାଇନ୍ସ ଏ ବାବଦରେ ଜଣାଉଛନ୍ତି, ତାହାଲେ ତାଙ୍କୁ ସମ୍ପୂର୍ଣ୍ଣ ଟିକେଟ ଫେରସ୍ତ, ଖାଦ୍ୟ ଓ ପାନୀୟ ଏବଂ ବିମାନ ଉଡାଣ ଅବଧିକୁ ନେଇ କ୍ଷତିପୂରଣ ରାଶି ପାଇବେ ଯାତ୍ରୀ । 
Advertisment

କେତେ ପରିମାଣର ପାଇବେ କ୍ଷତିପୂରଣ ରାଶି:-

୧ ଘଣ୍ଟାରୁ ଅଧିକ ସମୟ ପାଇଁ ୫ ହଜାର, ୧ ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହେଲେ ୭,୫୦୦ ଟଙ୍କା ଏବଂ ୨ ଘଣ୍ଟାରୁ ଅଧିକ ହେଲେ ୧୦ ହଜାର ଟଙ୍କା ।

ବିଶେଷ ସୂଚନା:- ଯଦି ଏୟାରଲାଇନ୍ସ ତରଫରୁ ଆପଣଙ୍କୁ ବିମାନ ଉଡାଣ ବାତିଲ କିମ୍ବା ବିଳମ୍ବ ନେଇ ସୂଚନା ପ୍ରଦାନ ପାଇଁ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିବ, କିନ୍ତୁ ଆପଣଙ୍କ ଯୋଗାଯୋଗ କରିବା ତଥ୍ୟ ଭୁଲ ଥିବ, ତାହାଲେ ଆପଣ କ୍ଷତିପୂରଣ ପାଇଁ ଯୋଗ୍ୟ ନୁହଁନ୍ତି । ଯଦିଓ ଆପଣ ଟଙ୍କା ଫେରସ୍ତ ଓ ବିକଳ୍ପ ବିମାନ ପାଇଁ ଏୟାରଲାଇନ୍ସକୁ ଅନୁରୋଧ କରି ପାରିବେ । 

ଅଧିକ ପଢନ୍ତୁ: ଭାରତୀୟ ନୌସେନାକୁ ମିଳିଲା ବଳ; ସାମିଲ ହେଲା INS ତମାଲ

କେତେବେଳେ କ୍ଷତିପୂରଣ ମିଳିପାରିବ ନାହିଁ:-

ଯେତେବେଳେ ଏୟାରଲାଇନ୍ସର ସାମର୍ଥ୍ୟଠୁ ଉପରେ କୌଣସି କାରଣ ପାଇଁ ବିମାନ ଉଡାଣ ବାତିଲ ହୋଇଥିବା କିମ୍ବା ବିଳମ୍ବ ହୋଇଥିବ; ଯେପରିକି- ଡିଜିସିଏର ନିର୍ଦ୍ଦେଶରେ କଠୋର ଯାଞ୍ଚ ସମୟରେ, ଭୂ-ରାଜନୈତିକ ସମସ୍ୟା ଏବଂ ପାଣିପାଗ ପରିସ୍ଥିତି ଖରାପ ଥିବା ସେତେବେଳେ ଏୟାରଲାଇନ୍ସ ତରଫରୁ କ୍ଷତିପୂରଣ ଦିଆଯିବ ନାହିଁ । ଏଥିପାଇଁ ଏୟାରଲାଇନ୍ସ କମ୍ପାନୀ କେବଳ ଖାଦ୍ୟ, ଆଶ୍ରୟ ନେବା ପାଇଁ ସୁବିଧା ଯୋଗାଇବା ଏବଂ ବିକଳ୍ପ ବିମାନ ସେବା ଯୋଗାଇଥାଏ । 

ଯାତ୍ରୀମାନଙ୍କୁ କଣ କରିବାକୁ ପଡିବ:-

  • ଚେକ୍‌-ଇନ ସମୟ, ବୋର୍ଡିଂ ପାସ୍ ଏବଂ ବିମାନ ବିଳମ୍ବ କିମ୍ବା ବାତିଲ ବିଷୟରେ ଜଣାଇଥିବା ସମୟର ରେକର୍ଡ ରଖନ୍ତୁ । ସବୁ ଡକ୍ୟୁମେଣ୍ଟକୁ ପାଖରେ ରଖନ୍ତୁ । 
  • ବିମାନବନ୍ଦରରେ ଏୟାରଲାଇନ୍ସ କର୍ମଚାରୀଙ୍କ ସହ ଯୋଗାଯୋଗ କରନ୍ତୁ ।
  • ବିମାନ ଉଡାଣ ବିଳମ୍ବ ଓ ବାତିଲର କାରଣ ବାବଦରେ ଏୟାରଲାଇନ୍ସ ଆପଣଙ୍କୁ ଲିଖିତ ସୂଚନା ଦେବାକୁ ବାଧ୍ୟ । 

କେଉଁଠି ଅଭିଯୋଗ କରିବେ:-

  • ବିମାନବନ୍ଦରର ହେଲ୍ପ ଡେସ୍କରେ ଅଭିଯୋଗ କରନ୍ତୁ । 
  • www.AirSewa.com, Air Sewa app କିମ୍ବା DGCA ୱେବସାଇଟରେ ଅଭିଯୋଗ କରନ୍ତୁ ।
  • ଯଦି ଏୟାରଲାଇନ୍ସ ଆପଣଙ୍କ ଦାବିକୁ ଖଣ୍ଡନ କରେ ତାହାଲେ କନ୍‌ଜ୍ୟୁମର ଫୋରମରେ ଜଣାନ୍ତୁ । 

ଏୟାରଲାଇନ୍ସର ସମସ୍ତ ସୂଚନା ଜାଣିବା ପାଇଁ ଏୟାରଲାଇନ୍ସ ଷ୍ଟାଫ ଓ ଅଫିସିଆଲ ୱେବସାଇଟକୁ ନିୟମିତ ଯାଞ୍ଚ କରନ୍ତୁ ।

ଅଧିକ ପଢନ୍ତୁ: ଆସିଲା ନୂଆ ଫିଚର୍ , ହୋଇଛି ଏଆଇର ବ୍ୟବହାର...ଚେକ୍ କରିନିଅନ୍ତୁ ଫୋନ୍

DGCA Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ