/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680537915.jpg)
Train Firemishap
ଟ୍ରେନ ଭିତରେ ଘଟିଛି ଭୟଙ୍କର ଘଟଣା । ସାମାନ୍ୟ ପାଟିତୁଣ୍ଡରୁ ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ସେମାନଙ୍କୁ ପୋଡ଼ି ମାରିବାକୁ ଚେଷ୍ଟା କରିଥିବା ଯୁବକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏଥିରେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଟ୍ରେନ ବଗିରେ ନିଆଁ ଲାଗି ଯିବା ଯୋଗୁ ଆଉ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି ।
ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଛି । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ଘଟଣାଟି ଘଟିଥିଲା । ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା । ଏହାପରେ ଏହା ପଛର କାରଣ ସାମ୍ନାକୁ ଆସିଛି । ପୋଲିସ୍ ତଦନ୍ତ ବେଳେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତଦେହ ରେଳ ଟ୍ରାକ୍ରୁ ଉଦ୍ଧାର କରିଛି । ଘଟଣା ଘଟିବାର ୪ ଘଣ୍ଟା ପରେ ଇଲାଥୁର ଷ୍ଟେସନ ନିକଟରୁ ସେମାନଙ୍କ ମୃତଦେହ ମିଳିଛି । ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ।
#WATCH | On an unidentified man pouring petrol on a passenger & setting fire inside a moving train near Elathoor in Kozhikode district, Kerala Governor Arif Mohammed Khan says, "...Three people lost their lives. This is heart-rending. I express my condolences to the bereaved… pic.twitter.com/qqLCkPfs0Z
— ANI (@ANI) April 3, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)