Advertisment

ଫୁସ୍‌ଫୁସ୍‌ରୁ ବାହାରିଲା ଅସରପା, ଜାଣନ୍ତୁ ଶରୀର ଭିତରକୁ ଯାଇଥିଲା କେମିତି...

ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍‌ କରି ସେହି ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Cockroach Found From Mans Lungs

Cockroach in Lungs

ଫୁସ୍‌ଫୁସ୍‌ରୁ ବାହାରିଲା ୪ ସେଣ୍ଟିମିଟରର ଅସରପା। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି। କିନ୍ତୁ ଏହା ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଚିରେ। ସେଠାରେ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାଫଳରେ ସେ ଡାକ୍ତରଖାନାରେ ଆସିଥିଲେ। ତେବେ ଡାକ୍ତର ଯାଞ୍ଚ କରିବା ପରେ ଦେଇଥିଲେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍‌ କରି ସେହି ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ।

Advertisment

ମିଡିଆ ରିପୋର୍ଟସ ଅନୁସାରେ, କୋଚିର ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସହଜ ମନେ କରୁଥିଲେ। ଯାହା ପରେ ଏନେଇ ସେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଡକ୍ଟର ଟିଙ୍କୁ ଜୋସେଫ୍‌ ଓ ଇଣ୍ଟରଭେସନାଲ ପଲମୋନୋଲୋଜୀର ଏକ ଟିମ୍‌ ତାଙ୍କର ପରୀକ୍ଷା କରିଥିଲେ। ତେବେ ଏହି ରିପୋର୍ଟରେ ସେମାନ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରିପୋର୍ଟରେ ଦେଖିବାକୁ ମିଳିଥିଲା କି ସେହି ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ରେ ଏକ ଅସରପା ଥିଲା। ଯେଉଁଥିପାଇଁ ସେ ନିଶ୍ୱାସ ନେବାରେ ଅସହଜ ମନେ କରିଥିଲେ।

ଅଧିକ ପଢ଼ନ୍ତୁ: ୧୫ ବର୍ଷ ଧରି ଆଖିରେ ପଶିଥିଲା କାଠଖଣ୍ଡ; ଅପରେସନ୍‌ ପରେ ସୁସ୍ଥ ହେଲେ ମହିଳା

Advertisment

କୋଚିର ଅମୃତା ହସ୍ପିଟାଲରେ ଏକ ଡାକ୍ତରୀ ଦଳ ରୋଗୀଙ୍କୁ ତୁରନ୍ତ ମେଡିକାଲ ଆଡମିଟ୍‌ କରିବା ସହ ଅପରେସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଫେବ୍ରୁଆରୀ ୨୨ରେ ଏହି ଅପରେସନ୍‌ କରାଯାଇଥିଲା। ରୋଗୀର ଫୁସଫୁସରୁ ଅସରାପକୁକୁ ସଫଳତାର ସହ ବାହାର କରିବା ପାଇଁ ଡାକ୍ତରୀ ଦଳକୁ ଆଠ ଘଣ୍ଟା ସମୟ ଲାଗିଥିଲା। ତେବେ ଅପରେସନ୍‌ ପରେ ସେହି ବ୍ୟକ୍ତିଜଣକ ଏବେ ପୂରା ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଡକ୍ଟର ଟିଙ୍କୁ ଜୋସେଫ୍‌।

ତେବେ ଏବେ ପ୍ରଶ୍ନ ହେଉଛି ରୋଗୀର ଫୁସ୍‌ଫୁସ୍‌ ଭିତରକୁ ଅସରପାଟି କିପରି ଗଲା। ତେବେ ଏକ ମିଡିଆ ରିପୋର୍ଟସ ଅନୁସାରୁ ପୂର୍ବରୁ ସେହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଏକ ଶ୍ୱାସନଳୀ ଲାଗିଥିଲା। ସେହି ଶ୍ୱାସନଳୀ ମାଧ୍ୟମରେ ହିଁ ସେହି ଅସରପା ଫୁସ୍‌ଫୁସ୍‌ ଭିତରକୁ ଯାଇପାରିଥାଏ ବୋଲି ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ୧୮ ବର୍ଷ ହେଲା ମୁଣ୍ଡରେ ପଶିଥିଲା ଗୁଳି; ଅପରେସନ୍‌ କରି ବାହାରକଲେ ଡାକ୍ତର

Ajab Gajab
Advertisment
Advertisment