Advertisment

ଖୋଲିଲା ବାବା କେଦାରନାଥଙ୍କ ଦ୍ୱାର

ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ୱାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ୱାର ଫିଟିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Kedarnath Dham

Kedarnath Dham

ଫିଟିଲା ବାବା କେଦାରନାଥଙ୍କ ଦ୍ବାର। ପାଲିଙ୍କି ଯାତ୍ରାରେ କେଦାରବାବାଙ୍କୁ ଅଣାଯିବା ପରେ ଆଜି ନୀତି ମୁତାବକ କେଦାରନାଥଙ୍କ ଦ୍ବାର ଫିଟିଛି। ବିରାଟ ପଟୁଆରରେ ବାବା କେଦାରଙ୍କୁ ପାଲିଙ୍କିରେ ବସାଇ ଶ୍ରଦ୍ଧାଳୁ ମନ୍ଦିରକୁ ଆଣିଥିଲେ । ଏହି ସମୟରେ ହର ହର ଭୋଲେ ନାଦରେ କମ୍ପିଥିଲା କେଦାରନାଥ ଧାମ। ଭକ୍ତ ବାବା କେଦାରନାଥଙ୍କୁ ନିଜ କାନ୍ଧରେ ବସାଇ ମନ୍ଦିର ନିକଟକୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: କେଦାରନାଥରେ ମୃତ୍ୟୁ ମୁଖରୁ ବଞ୍ଚିଲେ ଓଡ଼ିଆ ଭକ୍ତ ! ଆଉ ବଖାଣିଲେ ପୁରା କାହାଣୀ..

Advertisment

ପରେ ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ବାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା। ଯାହା ଉପସ୍ଥିତ ଲୋକେ ମନଭରି ଉପଭୋଗ କରିଥିଲେ। 

ପର୍ଯ୍ୟଟକଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଥିଲା। ହରିଦ୍ୱାର ଓ ଋଷିକେଶରେ ଖରାପ ପାଗ ଓ ଅତ୍ୟଧିକ ତୁଷାର ପାତ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଚାରଧାମ ଯାତ୍ରାର ଯାତ୍ରା ବିଭାଗରନରେନ୍ଦ୍ର ସିଂ କାବିରିଆଲ ସୂଚନା ଦେଇଥିଲେ। 

Tourist Kedarnath Temple
Advertisment
Advertisment