• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେଦିନ ଥିଲା ୧୮ ଅକ୍ଟୋବର । ସମୟ ୧୨.୩୦ ମିନିଟ୍‌ । ବାବା କେଦାରନାଥଙ୍କ ଦର୍ଶନ କରି ଫେରିବାକୁ ଶହଶହ ଯାତ୍ରୀ କରିଥିଲେ ଅପେକ୍ଷା । ଆଉ ଏତିକି ବେଳେ ପହଞ୍ଚିଯାଇଥିଲା ହେଲିକପ୍ଟର । ନିର୍ଦ୍ଧାରିତ ସମୟରେ ହେଲିକପ୍ଟର ବାହାରି ବି ଥିଲା, ଆଉ ହେଲିକପ୍ଟରରେ ବସିଥିଲେ ୪ ରୁ ୬ ଜଣ ତୀର୍ଥଯାତ୍ରୀ । କେବଳ ସେତିକି ନୁହେଁ ଅନେକ ସଂଖ୍ୟାରେ ଯାତ୍ରୀ ଫେରିବାକୁ ଅପେକ୍ଷା ବି କରିଥିଲେ । କିନ୍ତୁ ନିରବନିଶ୍ଚଳ ଜାଗାରେ ହଠାତ୍‌ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଚାରିଆଡ଼େ ଭରିଯାଇଥିଲା ଧୂଆଁ । କଣ ହେଲା, କେମିତି ହେଲା କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା, ଆଉ ଆଖି ବୁଜିସାରିଥିଲେ କେଦାରନାଥଙ୍କ ଭକ୍ତ ।

ଦୁର୍ଘଟଣା ଏତେ ଜୋରଦାରେ ଥିଲା ଯେ, ଘଟଣାସ୍ଥଳରେ ଯାତ୍ରୀଙ୍କ ସହ ପାଇଲଟ୍‌ଙ୍କର ବି ମୃତ୍ୟୁ ହୋଇଥିଲା । ଆଉ ଏସବୁ ଦୃଶ୍ୟକୁ ଦେଖି ବେଶ୍ ଡରିଯାଇଥିଲେ କେଦାରନାଥ ଯାଇଥିବା କିଛି ଓଡିଆ । କେମିତି ଓ କେତେଶୀଘ୍ର ସୁରକ୍ଷିତ ଭାବରେ ନିଜ ଘରକୁ ଫେରିବେ ସେନେଇ ଚିନ୍ତାରେ ଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ପରେ ଏମାନେ ସେଠାରୁ ଆସିପାରିନଥିଲେ । ଏମିତିକି ପ୍ରବଳ ଥଣ୍ଡା ହେଉଥିବା କାରଣରୁ ପରିବାର ସହ ରହିବା ସେଠାରେ ବେଶ୍‌ କଷ୍ଟକର ଥିଲା । କିନ୍ତୁ ଫେରିବାର କିଛି ଉପାୟ ନଥିଲା । ଖାଲି ଏତିକି ନୁହେଁ ବରଂ ସେମାନେ କେମିତି ଅଛନ୍ତି ସେନେଇ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ସମ୍ପର୍କୀୟ ଓ ପଡୋଶୀ । ଯେନତେନ ପ୍ରକାରେ କେଦାରନାଥରେ ସିନା ରାତି କଟିଗଲା ହେଲେ ସେ ସମୟର ଅନୁଭୂତି କହିବା ବେଳେ ଏବେବି ପାଟି ଆଫା ଆଫା ହୋଇଯାଉଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାହାର କି କରିପାରେ ବଳବନ୍ତ । ଠିକ୍‌ ଏମିତି କିଛି ଘଟଣା ଏମାନଙ୍କ ସହ ଘଟିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

(ରିପୋର୍ଟ- ଅଶୋକ ବ୍ରହ୍ମା, ବ୍ରହ୍ମପୁର)