• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କଂଗ୍ରେସକୁ ପୁଣି ଝଟକା । ପୁଣି ନୋଟିସ୍‌ ପଠାଇଲା IT । ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି । ୧୮୦୦ କୋଟି ଟଙ୍କାରୁ ଅଧିକ ଟିକସ ନୋଟିସ ପାଇବାର ଗୋଟିଏ ଦିନ ପରେ ଗତକାଲି ରାତିରେ ଆୟକର ବିଭାଗ ପକ୍ଷରୁ ଆଉ ଦୁଇଟି ନୋଟିସ୍ ମିଳିଛି ବୋଲି ଶନିବାର କଂଗ୍ରେସ କହିଛି । 

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ରାତିରେ ଆମକୁ ଆଉ ଦୁଇଟି ନୋଟିସ୍ ପଠାଯାଇଛି । ଶୁକ୍ରବାର କଂଗ୍ରେସ କହିଥିଲା ଯେ ଆୟକର ବିଭାଗ ପକ୍ଷରୁ ତାଙ୍କୁ ନୂଆ ନୋଟିସ୍ ମିଳିଛି, ଯେଉଁଥିରେ ପ୍ରାୟ ୧୮୨୩ କୋଟି ଟଙ୍କା ଦେବାକୁ କୁହାଯାଇଛି । ଟିକସ ପୁନଃମୂଲ୍ୟାୟନ ପ୍ରକ୍ରିୟା ବିରୋଧରେ ଦଳର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବାର କିଛି ଘଣ୍ଟା ପରେ ଏହା ଘଟିଛି । ୨୦୧୭-୧୮ ଓ ୨୦୨୦-୨୧ ଆକଳନ ବର୍ଷ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା ଏବଂ ଏଥିରେ ଜରିମାନା ଓ ସୁଧ ସାମିଲ ଥିଲା । ଯାହା ଫଳରେ କଂଗ୍ରେସକୁ ବର୍ତ୍ତମାନ ୩୫୬୭ କୋଟି ଟଙ୍କାର ଟିକସ୍‌ ପୈଠ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ଆୟକର ବିଭାଗର ନୂଆ ନୋଟିସକୁ କଂଗ୍ରେସ ‘ଟିକସ ଆତଙ୍କବାଦ’ କହିଥିବାରୁ ଏହାକୁ ଏଜେନ୍ସି ଦୃଢ଼ ବିରୋଧ କରିଛି । ବର୍ଷ ବର୍ଷ ଧରି ଟିକସ ଫାଙ୍କି ପ୍ରକ୍ରିୟା ବିରୋଧରେ ଏହା ସ୍ବାଭାବିକ କାର୍ଯ୍ୟାନୁଷ୍ଠାନ ବୋଲି ଆୟକର ବିଭାଗ କହିଛି । ଅଧିକାରୀମାନେ କହିଛନ୍ତି ଯେ ପୂର୍ବରୁ ଚଢ଼ଉ ବେଳେ ବିପୁଳ ଚାନ୍ଦା ସଂକ୍ରାନ୍ତ ନଗଦ ରସିଦ ମିଳିଥିଲା ଏବଂ ସେହି ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । 

୨୦୧୩-୧୪ରୁ ୨୦୧୯ ଏପ୍ରିଲ ମଧ୍ୟରେ ନଗଦରେ ମୋଟ ୬୨୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ‌ହୋଇଥିବା ଅଧିକାରୀମାନେ କହିଛନ୍ତି । ଚଢ଼ାଉ ସମୟରେ ମିଳିଥିବା ଦସ୍ତାବିଜ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ରେକର୍ଡ ହୋଇଥିବା ବୟାନ ସମେତ ଏହି ନଗଦ ରସିଦକୁ ଏକାଧିକ ଉପାୟରେ ପ୍ରମାଣିତ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।