• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୫.୬୯ ପ୍ରତିଶତ ମତଦାନ ହୋଇଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଏଥର ନିର୍ବାଚନ ମଇଦାନରେ ମୋଟ୍ ୨ ହଜାର ୬୧୫ ଜଣ ପ୍ରାର୍ଥୀ ଅଛନ୍ତି । କ୍ଷମତାସୀନ ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୨୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି ।

ସେହିଭଳି ଜେଡିଏସ୍ ୨୦୯ ଆସନରେ ଭାଗ୍ୟ ପରୀକ୍ଷା କରୁଛି । ଆମ୍ ଆଦମୀ ପାର୍ଟି ମଧ୍ୟ ୨୦୯ ଆସନରେ ପ୍ରାର୍ଥୀ ଦେଇଛି । କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ତେବେ ଭୋଟ ପରେ ସାମ୍ନାକୁ ଆସିଲା କର୍ଣ୍ଣାଟକର ବୁଥ୍ ବାହୁଡ଼ା ମତ । ଏକଜିଟ୍‌ ପୋଲ ଅନୁସାରେ ଏଥର ମଧ୍ୟ ଝୁଲା ସରକାର ହୋଇପାରେ କୁହାଯାଉଛି । ତେବେ କଂଗ୍ରେସକୁ ଅଧିକ ସିଟ୍ ମିଳିବ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି ।

ରିପବ୍ଲିକ ଟିଭି ଅନୁସାରେ ବିଜେପିକୁ ମିଳିବ ୮୫ରୁ ୧୦୦ ସିଟ୍ । ସେହିପରି କଂଗ୍ରେସକୁ ୯୪ରୁ ୧୦୮, ଜେଡିଏସ୍‌କୁ ୨୪ରୁ ୩୨ଟି ସିଟ୍ ମିଳିବ ।

ଜନ୍ କି ବାତ୍ ଅନୁସାରେ ବିଜେପିକୁ ୯୪ରୁ ୧୧୭ଟି ସିଟ୍ ମିଳିବ । କଂଗ୍ରେସକୁ ୯୧ରୁ ୧୦୬ଟି ସିଟ୍ ମିଳିବ ଓ ଜେଡିଏସକୁ ମିଳିବ ୧୪ରୁ ୨୪ଟି ସିଟ୍ ।

ପୋଲଷ୍ଟାଟ୍ ସଂସ୍ଥାର ଆକଳନ ଅନୁସାରେ ବିଜେପିକୁ ୮୮ରୁ ୯୮ଟି ସିଟ ମିଳିବ । କଂଗ୍ରେସକୁ ମିଳିବ ୯୯ରୁ ୧୦୯ଟି ସିଟ୍ ଏବଂ ଜେଡିଏସ୍ ପାଇବ ୨୧ରୁ ୨୬ଟି ସିଟ୍ ।

ସିଜିଏସ ଆକଳନ କରିଛି ବିଜେପି ପାଇବ ୧୧୪ଟି ସିଟ୍‌, କଂଗ୍ରେସକୁ ମିଳିବ ୮୬ ଓ ଜେଡିଏସକୁ ମିଳିବ ୨୧ଟି ସିଟ୍ ।