Advertisment

ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Justice DY Chandrachud

Justice DY Chandrachud formally takes oath as the new Chief Justice of India

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଶପଥ ଗ୍ରହଣ କରିଛନ୍ତି। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ୧୯୯୮ ମସିହାରେ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ୱ ନେଇଥିଲେ। ୨୦୧୩ ମସିହାରେ ସେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ପରେ ବମ୍ବେ ହାଇକୋର୍ଟରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

Advertisment

୨୦୧୬ ମସିହାରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ଆସନ୍ତା ୨୦୨୪ ନଭେମ୍ବର ୧୦ରେ ସେ ଅବସର ନେବ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପୂରା ନାଁ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼। ୧୯୫୯ ନଭେମ୍ବର ୧୧ରେ ସେ ମୁମ୍ବାଇରେ ଜନ୍ମଲାଭ କରିଥିଲେ।

Advertisment

ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ LLB କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ LLM ଓ ପରେ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍‌ ଉପାଧି ଲାଭ କରିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ବିଚାରପତି ଭାବେ ସେ ଦାୟିିତ୍ୱ ସମ୍ଭାଳିଛନ୍ତି। ସେ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ.ଭି. ଚନ୍ଦ୍ରଚୂଡ଼ଙ୍କ ପୁଅ। ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ଼ ୭ ବର୍ଷରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱରେ ରହିଥିଲେ।

Supreme Court D.Y.Chandrachud
Advertisment
Advertisment