Advertisment

ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
D.Y.Chandrachud

D.Y.Chandrachud

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ନେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ନାମକୁ ସୁପାରିଶ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ୟୁୟୁ ଲଳିତ ନଭେମ୍ବର ୮ରେ ଅବସର ନେଉଛନ୍ତି । ପରବର୍ତ୍ତୀ ପ୍ରଧାନ ବିଚାରପତି କାହାକୁ କରାଯିବ ତାଙ୍କ ନାମକୁ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଷ୍ଟିସ ୟୁୟୁ ଲଳିତଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

Advertisment

ଏହାପରେ ଜଷ୍ଟିସ ୟୁୟୁ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମକୁ ସୁପାରିଶ କରିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ୧୯୯୮ରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ସେ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ।  ଏହାପରେ ସେ ବମ୍ବେ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ୨୦୧୬ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ।

ସୁପ୍ରିମକୋର୍ଟଙ୍କ ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ଅବସର ନେବାର ଏକ ମାସ ପୂର୍ବରୁ ଏକ ବନ୍ଦ ଲଫାପାରେ ନିଜ ଉତ୍ତରାଧିକାରୀଙ୍କ ନାଁ ସୁପାରିଶ କରନ୍ତି । ଏହାପରେ ସରକାର ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥାନ୍ତି।

Advertisment
Supreme Court Supreme Court CJI D.Y.Chandrachud
Advertisment
Advertisment