/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746443653.jpg)
Jagannath Temple Row
ମହାପ୍ରଭୁଙ୍କ ବଳକା ନବକଳେବର ଦାରୁରୁ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ । ମହାରଣା ସେବାୟତଙ୍କ ସହ କଥା ହେବା ପରେ ଏ କଥାରେ ସ୍ପଷ୍ଟତା ଆସିଛି । ରାମକୃଷ୍ଣ ଦାସମହାପାତ୍ର କହୁ କହୁ କହି ଦେଇଥିଲେ । ସେ ଭୁବନେଶ୍ୱରର ସୁଦର୍ଶନ ମହରଣାଙ୍କ ପାଖରେ ନିମ୍ବ କାଠରେ ମୂର୍ତ୍ତି ତିଆରି କରି ଦୀଘାରେ ଦେଇଥିଲେ । ଆଜି ଦୀଘା ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସତ୍ତ୍ୱଲିପି ଅନୁସାରେ ସମସ୍ତ ବଳକା ଦାରୁକାଠ ଦାରୁ ଘରେ ହିଁ ରହିବ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଦୀଘାର ସବୁ ଜାଗାରୁ ହଟିନି 'ଜଗନ୍ନାଥ ଧାମ', କେବେ ଚେତିବେ ମମତା ?ଜବତ, ୯ ଗିରଫ
ଏଥିସହ ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀ ମମତା ସରକାରକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ । ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ । ସେ ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ କହିଛନ୍ତି ପୃଥ୍ୱୀରାଜ ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ''ଜଗନ୍ନାଥଙ୍କ ଜିନିଷ ନେଇ କେହି ବଞ୍ଚିଯାଇ ପାରିବେନି । ପୂର୍ବରୁ ମଧ୍ୟ ଏହାର ଉଦାହରଣ ଅଛି । ମହାପ୍ରଭୁଙ୍କ ଜିଭ ଛେଲା ଜଣେ ସେବାୟତ ଚୋରି କରିନେଇଥିଲେ। ମାତ୍ର କିଛି ଦିନରେ ସେ ପକ୍ଷାଘାତର ଶିକାର ହୋଇ ତାଙ୍କର ଦେହାନ୍ତ ହେଲା ।'' ତେବେ ସବୁ ଜଗନ୍ନାଥ ମନ୍ଦିର ନେଇ ମାର୍ଗଦର୍ଶିକା ଆସିବ । ସେବାୟତଙ୍କ ଲାଗି SOP ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)