Advertisment

India's Diplomacy Moves Against Pakistan: ଭାରତ ନେଇଛି ୭ ଟି ବଡ଼ ପଦକ୍ଷେପ ; ଦୁର୍ବଳ ହେବ ପାକିସ୍ତାନ.. ଆକ୍ରମଣ କରିବ ଭାରତ !

'ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ' ଭଳି ପାକିସ୍ତାନକୁ ଆକ୍ରମଣ କରିପାରେ ଭାରତ । ଭାରତର କୁଟନୈତିକ ଯୁଦ୍ଧ ପରେ ଏମିତି କିଛି ଆକଳନ କରି ଛାନିଆ ହେଲାଣି ପାକିସ୍ତାନ ।

ଅଦ୍ୟତନ ହୋଇଛି
India Vs Pakistan

India Vs Pakistan

Advertisment

'ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ' ଭଳି ପାକିସ୍ତାନକୁ ଆକ୍ରମଣ କରିପାରେ ଭାରତ । ଭାରତର କୁଟନୈତିକ ଯୁଦ୍ଧ ପରେ ଏମିତି କିଛି ଆକଳନ କରି ଛାନିଆ ହେଲାଣି ପାକିସ୍ତାନ । ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ କୁହୁଳୁଛି ତିକ୍ତତାର ନିଆଁ ।

Advertisment

ସୀମାପାର ଆତଙ୍କବାଦର ଖୋଇ ଛାଡ଼ି ନପାରି ଭୀଷଣ ପସ୍ତେଇବାକୁ ଯାଉଛି ପାକିସ୍ତାନ । ପହଲଗାମରେ ନିରୀହ ଛାତିରୁ ରକ୍ତ ବୁହାଇ, ଆଗକୁ ପାକିସ୍ତାନ ନିଜେ କାନ୍ଦିବ ରକ୍ତର କାନ୍ଦଣା । କୌଣସି ସାମରିକ ପଦକ୍ଷେପ ପୂର୍ବରୁ ସାତଟି ବଡ କୂଟନୈତିକ ପଦକ୍ଷେପ ନେଇ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ଭାରତ ।

ଭାରତ ପାକିସ୍ତାନକୁ ହାତରେ ମାରିବା ପୂର୍ବରୁ ଭାତରେ ମାରିବା ଭଳି ପଦକ୍ଷେପ ନେବା ପରେ ଅକଳରେ ପଡ଼ିଛି ପାକିସ୍ତାନ । ଏହାଦ୍ୱାରା ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା' ସତ୍ତା ଏବେ ସଂକଟ ଘେରରେ ପଡ଼ିଛି ।

Advertisment

ଆସନ୍ତୁ ଜାଣିବା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କ'ଣ ପଦକ୍ଷେପ ନେଇଛି...

୧. ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ : ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ତୁରନ୍ତ ବାତିଲ କରିଛି । ଭାରତ ସରକାର କହିଛନ୍ତି, ପାକିସ୍ତାନ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ ।

୨. ଅଟ୍ଟାରି ସୀମା ବନ୍ଦ : ପହଲଗାମ ଆକ୍ରମଣ ପରେ ସମନ୍ୱିତ ଚେକ୍ ପୋଷ୍ଟ ଅଟାରୀକୁ ବନ୍ଦ କରିଦିଆଯାଇଛି । ଏମିତିକି ଯେଉଁମାନେ ପ୍ରମାଣପତ୍ର ସହିତ ଏହାକୁ ପାର୍ ହୋଇଥିଲେ ସେମାନେ ମଧ୍ୟ ମେ ୧ତାରିଖ ପୂର୍ବରୁ ସେହି ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯାଇଛି ।

Advertisment

୩. ସାର୍କ ଭିସାରେ ଆଉ ପାକିସ୍ତାନୀ ପାଇବେନି ଅନୁମତି : ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ତୁରନ୍ତ ସ୍ଥଗିତ କରିବା ନେଇ ଘୋଷଣା କରିଛି । ଏହାସହ ସିସିଏସ ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସାର୍କ ଅଧୀନରେ ଭିସା ସୁବିଧା ମଧ୍ୟ ଉଚ୍ଛେଦ କରାଯାଇଛି ।

୪. ଭାରତରେ ରହିପାରିବେନି ପାକ୍ କୂଟନୀତିଜ୍ଞ : ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ସର୍ବୋଚ୍ଚ କୂଟନୀତିଜ୍ଞ ସାଦ୍ ଅହମ୍ମଦ ୱାରେଚଙ୍କୁ ଭାରତ ଛାଡ଼ିବା ପାଇଁ ପର୍ସୋନା ନନ୍ ଗ୍ରାଟା ନୋଟିସ୍ ଦିଆଯାଇଛି।

୫.ପାକିସ୍ତାନରେ ଥିବା ଭାରତୀୟ ସାମରିକ ଅଧିକାରୀ ପ୍ରତ୍ୟାହୃତ: ପାକିସ୍ତାନରେ ଥିବା ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୁଧବାର ପ୍ରେସମିଟ୍‌ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଥିଲେ ।

୬. ମେ' ୧ ପୂର୍ବରୁ ନିଜ ଦେଶ ଫେରିବେ ପାକିସ୍ତାନୀ: ପାକିସ୍ତାନୀ ବୈଧ ଅନୁମୋଦନରେ ଯେଉଁମାନେ ଅଟାରୀ-ୱାଘା ବର୍ଡର ଦେଇ ଆସିଛନ୍ତି ସେମାନେ ମେ’ ୧ ପୂର୍ବରୁ ଫେରନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

୭. ପାକ୍ ସେନା ଉପଦେଷ୍ଟା ଗ୍ରହଣୀୟ ହେବେନି : ଦୂତବାସ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ଏହାସହ ପାକ୍ ସେନା ଉପଦେଷ୍ଟା ଗ୍ରହଣୀୟ ହେବେନି ବୋଲି ନିଷ୍ପତି ନେଇଛି ଭାରତ ।

ତେବେ ଏଭଳି କଡ଼ା କୂଟନୈତିକ ପଦକ୍ଷେପ ଯୋଗୁ ପାକିସ୍ତାନ ଦୁର୍ବଳ ହେବା ପରେ ଭାରତ କ'ଣ ପଦକ୍ଷେପ ନେବ ତାକୁ ନେଇ ଭୟରେ ପଡିଯାଇଛି । ଏକଥା ମଧ୍ୟ ଆଲୋଚନା ହେଉଛିଯେ, ଭାରତ ଏଣିକି ପାକିସ୍ତାନକୁ ଭାତରେ ମାରିବା ଉପାୟ ଅବଲମ୍ବନ କରିବ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

India Pakistan War India Pakistan News India Vs Pakistan Jammu Kashmir India Govt Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ