Advertisment

New Railway Fares: ଆଜିଠୁ ଲାଗୁ ହୋଇଛି ନୂଆ ରେଳ ଭଡ଼ା ଦର

ଆଜିଠୁ ରେଳ ଭଡ଼ା ଦର ବୃଦ୍ଧି ପାଇଥିବା ବେଳେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Railway

Railway

ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ବୃଦ୍ଧି ହୋଇଛି ଭଡା । ଆଜିଠୁ ଲାଗୁ ହୋଇଛି ନୂଆ ରେଳ ଭଡ଼ା ଦର । ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ପାସେଞ୍ଜର ଟ୍ରେନର ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଶୁଳ୍କ ବୃଦ୍ଧି ହୋଇନାହିଁ ବୋଲି ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Advertisment

ଅଧିକ ପଢ଼ନ୍ତୁ: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ବଡ଼ ପଦକ୍ଷେପ ନେଲା ରେଳ ବିଭାଗ...

ରେଳବାଇର ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫ଶହ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫ ଶହ ୧ରୁ ୩ ହଜାର କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି । ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ୦.୫ ପଇସା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜିକ୍ୟୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।

Advertisment

ଏହି ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ମଧ୍ୟ ପ୍ରଯୁଜ୍ୟ ।

ସୂଚନାଯୋଗ୍ୟ, ଆଜିଠୁ କେବଳ ଅଥେଣ୍ଟିକେଟେଡ୍ ୟୁଜର୍ କରିପାରିବେ ତତ୍କାଳ ବୁକିଂ । ଜୁଲାଇ ଶେଷରୁ ତତ୍କାଳ ବୁକିଂ ଲାଗି OTP-ଆଧାରିତ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ବ୍ୟବହାରକାରୀଙ୍କ ଡିଜି ଲକର୍ ଆକାଉଣ୍ଟରେ ଥିବା ଆଧାର କିମ୍ବା ଅନ୍ୟ କୌଣସି ସରକାରୀ ପରିଚୟ ପତ୍ର ମାଧ୍ୟମରେ ଅଥେଣ୍ଟିକେସନ୍ କରାଯିବ ।

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇର ନୂଆ ବ୍ୟବସ୍ଥା, ଟ୍ରେନ ଭିତରେ ମିଳିବ ଏଟିଏମ ସେବା

Indian Railways Hike In Train Ticket Fare
Advertisment
Advertisment