/odishatv-khabar/media/post_attachments/uploadimage/library/16_9/16_9_0/train_1744792266.jpg)
train
ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ସୁବିଧା ଲଞ୍ଚ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ଏକ ଟ୍ରେନ ମଧ୍ୟରେ ଏଟିଏମ ସେବା ଲଞ୍ଚ କରାଯାଇଛି। ମୁମ୍ବାଇରୁ ନାସିକ ମଧ୍ୟରେ ଯାତ୍ରା କରୁଥିବା ପଞ୍ଚବଟୀ ଏକ୍ସପ୍ରେସରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପ୍ରଥମ ଥର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କୁହାଯାଇଛି।
ରେଳବାଇର ଭୁସବଳ ଡିଭିଜନ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ପକ୍ଷରୁ ମିଳିତ ଭାବରେ ଏହି ମିଶନ ଆରମ୍ଭ କରାଯାଇଛି। ଭାରତୀୟ ରେଳର ଇନ୍ନୋଭେଟିଭ ଆଣ୍ଡ ନନଫେୟାର ରେଭିନ୍ୟୁ ଆଇଡିଆସ ସ୍କିମ (ଇନଫ୍ରିସ) ଅଧୀନରେ ଏହି ସେବା ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଏଲ ରନରେ ଏକ ଏସି ବଗିରେ ଏହି ଏଟିଏମକୁ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଏହାକୁ ସମସ୍ତ ବଗିରେ ସ୍ଥାପନ କରାଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ: Viral Video: ମରିଗଲା ମାନବିକତା; ଦୁର୍ଘଟଣା ପରେ ଉଦ୍ଧାର ନକରି କାଢ଼ି ନେଲେ ଗହଣା
ଏହି ଏଟିଏମର ସୁରକ୍ଷା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇଛି। ଏହା ସହିତ ଏହି କିଓସ୍କ ଏଟିଏମକୁ ୨୪ ଘଣ୍ଟା ଧରି ସିସିଟିଭି ଅଧୀନରେ ରଖାଯିବ। ଏହା ସଫଳ ହେଲେ ଏହାକୁ ସମସ୍ତ ବଗିରେ ଓ ଅନ୍ୟାନ୍ୟ ଟ୍ରେନରେ ମଧ୍ୟ ସ୍ଥାପନା କରାଯିବ ବୋଲି ଜଣାପଡିଛି। ଟ୍ରେନରେ ଚଢିବା ପୂର୍ବରୁ ଯଦି କୌଣସି କାରଣରୁ କେହି ବ୍ୟକ୍ତି ପଇସା ଉଠାଇ ପାରି ନାହାନ୍ତି ତେବେ ଏହା ସେମାନଙ୍କ ପାଇଁ ଏକ ଚମତ୍କାର ବ୍ୟବସ୍ଥା ହେବ। ପଇସା ଉଠାଇବା ସହିତ ଚେକବୁକ୍ ଅର୍ଡର କରିବା ଓ ଷ୍ଟେଟମେଣ୍ଟ ଗ୍ରହଣ କରିହେବ। ଭାରତୀୟ ରେଳବାଇର ଏଭଳି ବ୍ୟବସ୍ଥା ଯାତ୍ରୀ ମାନଙ୍କ ପାଇଁ ବେଶ ସହାୟକ ବୋଲି ଜଣେ ଯାତ୍ରୀ କହିଛନ୍ତି।
ଚଳନ୍ତା ଟ୍ରେନରେ କିଓସ୍କ ଏଟିଏମର ସଫଳ ହୋଇଥିବା ବେଳେ ୱିଥଡ୍ରୟାଲ ଲିମିଟ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସାଧାରଣ ଏଟିଏମ ଭଳି ଏଠାରେ ମଧ୍ୟ ଲିମିଟ ରହିବ। ଏହା ଆଗାମୀ ଦିନରେ ନିର୍ଦ୍ଧାରିତ ହେବ ବୋଲି ଜଣାଯିବ। ଆଇଆରସିଟିସି ପକ୍ଷରୁ ପଏଣ୍ଟ ଅଫ ସେଲ (ପିଓଏସ) ମେସିନ ମଧ୍ୟ ସ୍ଥାପନ କରାଯାଇଛି। ଟ୍ରେନ ମଧ୍ୟ କ୍ୟାସଲେସ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ଏହା ସ୍ଥାପନ କରାଯାଇଛି। ମିଲ୍ସକୁ ଅଧିକ ପଇସା ନ ଦେବା ପାଇଁ ଏହାକୁ ଆରମ୍ଭ କରାଯାଇଛି। ଡେବିଟ ଓ କ୍ରେଡିଟ କାର୍ଡ ଜରିଆରେ ପିଓଏସରେ ପେମେଣ୍ଟ କରାଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)