Advertisment

Indian Coast Guard Rescues Fishermen: ଭାରତୀୟ କୋଷ୍ଟଗାର୍ଡର ସାହସିକ ଅପରେସନ; ପାକିସ୍ତାନର ଘେରାବନ୍ଦୀରୁ ୭ ମତ୍ସ୍ୟଜୀବୀ ଉଦ୍ଧାର

ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା  ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ।

ଅଦ୍ୟତନ ହୋଇଛି
Indian Coast Guard Rescues 7 Indian Fishermen

Indian Coast Guard Rescues 7 Indian Fishermen

Advertisment

ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ। ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। 

Advertisment

ରେସକ୍ୟୁ ଅପରେସନ ବେଳେ ପାକିସ୍ତାନ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଅଗ୍ରୀମ, ପାକିସ୍ତାନ ଜାହାଜ ନୁସରତ୍‌ର ୨ ଘଣ୍ଟା ଧରି ମୁକାବିଲା କରିଥିଲା। ପରେ ମତ୍ସ୍ୟଜୀବୀଙ୍କ ଜାହାଜ କାଳଭୈରବରୁ ଉଦ୍ଧାର ହୋଇଥିଲେ ୭ ମତ୍ସ୍ୟଜୀବୀ। 

ଅଧିକ ପଢ଼ନ୍ତୁ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

Advertisment

ମଝି ସମୁଦ୍ରରେ ଭାରତୀୟ କୋଷ୍ଟଗାର୍ଡ-ପାକିସ୍ତାନୀ ଜାହାଜ ମୁହାଁମୁହିଁ ହୋଇଥିଲେ । ମତ୍ସ୍ୟଜୀବୀଙ୍କୁ ଧରି ପଳାଉଥିବା ପାକିସ୍ତାନୀ ଜାହାଜକୁ ଘେରିଥିଲା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଅଗ୍ରୀମ। ପ୍ରାୟ ଦୁଇ ଘଣ୍ଟା ଧରି ପାକିସ୍ତାନୀ ଜାହାଜର ପିଛା ପରେ ଭାରୀତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା । ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପାଇଁ ପାକିସ୍ତାନୀ ଜାହାଜ ସୋମବାର ପାକିସ୍ତାନ-ଭାରତର ସାମୁଦ୍ରିକ ସୀମାରେ ପହଞ୍ଚିଥିଲା।

Advertisment

ସେଠାର ନିୟୋଜିତ ହୋଇଥିବା ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ଏଜେନ୍ସିର ଜାହାଜ ପିଏମଏସ ନୁସରତ ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ‘କାଲ୍‌ ଭୈରବ’ ବୋଟର ୭ ମତ୍ସ୍ୟଜୀବୀଙ୍କୁ ଧରି ନେଇଯାଉଥିଲା । ଏହି ସୂଚନା ପାଇବା ପରେ ଆକ୍ସନ ମୋଡ଼କୁ ଆସିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।

ଦୁଇ ଘଣ୍ଟା ଧରି ଗୋଡ଼ାଇବା ପରେ ୭ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ଏହି ଘଟଣାରେ ମତ୍ସଜୀବୀଙ୍କ ବୋଟ୍‌ ‘କାଲ୍‌ ଭୈରବ’ କ୍ଷତିଗ୍ରସ୍ତ ହେବା ସହ ପାଣିରେ ବୁଡ଼ି ଯାଇଥିଲା । ୧୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଧରି ୧୮ ତାରିଖରେ ପହଞ୍ଚିଥିଲା କୋଷ୍ଟଗାର୍ଡ । କାହିଁକି ପାକିନ୍ତାନୀ ଜାହାଜ ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିଲା, ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।  ପୋଲିସ, ଗୁଇନ୍ଦା ବିଭାଗ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ତଦନ୍ତ ଆରମ୍ଭ ହୋଇଛି ।

Pakistan Indian Fishermen Fishermen Indian Coast Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ