Advertisment

ଆତଙ୍କବାଦୀଙ୍କୁ ମାରିବାରେ ମୁଖ୍ୟ ଭୂମିକା ନେଲା ଆର୍ମି କୁକୁର ଜୁମ୍‌

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜୁମ୍‌କୁ ନିରୀକ୍ଷଣରେ ରଖାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Indian Army's Assault Dog Zoom

Indian Army's assault dog Zoom

ମଣିଷର ସବୁବେଳେ ସାଥୀ ହୋଇଆସିଛି କୁକୁର। କିନ୍ତୁ ଏଥର ସାଥୀ ନୁହେଁ ବରଂ ଦେଶ ମାତୃକା ପାଇଁ କୁକୁର ଦେଖାଇଛି ସାହସିକତା। ଯେଉଁଠି କୁକୁର ମୃତ୍ୟୁ ସହ ଲଢିବାକୁ ପଡ଼ିଥିଲେ ବି ହାର ମାନିନି। ବରଂ ଆତଙ୍କବାଦୀଙ୍କୁ ନିପାତ କରିବାରେ ସେ ସାଜିଛି ମାଧ୍ୟମ। 

Advertisment

ଆର୍ମି କୁକୁର ଜୁମ୍‌ର ସାହସିକତା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର କୋକରନାଗରେ ଏକ ଏନକାଉଣ୍ଟରରେ ଜୁମ୍‌ର ସହାୟତାରେ ୨ ଆତଙ୍କବାଦୀଙ୍କୁ ସଫା କରିପାରିଛନ୍ତି ସୁରକ୍ଷାକର୍ମୀ। ଏହି ସମୟରେ ଆତଙ୍କବାଦୀଙ୍କ ଦୁଇଟି ଗୁଳି ବାଜିଥିଲା ଜୁମ୍ ଦେହରେ। ଗୁଳି ବାଜିବା ସତ୍ତ୍ୱେ ଦବି ଯାଇନଥିଲା ଜୁମ୍। ବରଂ ନିଜର ଟାସ୍କ ସେ ପୂରଣ କରିଥିଲା।

ଅଧିକ ପଢ଼ନ୍ତୁ: ଦେବଦୂତ ସାଜିଲେ ସେନାବାହିନୀ କୁକୁର ‘ଆକ୍ସେଲ’; ନିଜେ ସହିଦ୍‌ ହୋଇ ଯବାନଙ୍କ ଜୀବନ ବଞ୍ଚାଇଲେ

Advertisment

ଏହା ଦ୍ୱାରା ୨ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗର ଆର୍ମି ଭେଟନାରି ହସ୍ପିଟାଲରେ ଜୁମ୍‌ର ଚିକିତ୍ସା କରାଯାଉଛି। ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ପଛ ଗୋଡ଼ ଭାଙ୍ଗି ଯାଇଥିବାରୁ ପ୍ଲାଷ୍ଟର କରାଯାଇଛି। ତା ମୁହଁରେ ମଧ୍ୟ ଆଘାତ ଲାଗିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜୁମ୍‌କୁ ନିରୀକ୍ଷଣରେ ରଖାଯାଇଛି। ଗୁଳି ବାଜିବା ସତ୍ତ୍ୱେ ଜୁମ୍ ଯେପରି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା, ସେଥିପାଇଁ ତାକୁ ବହୁତ ପ୍ରଶଂସା ମିଳୁଛି। 

ପ୍ରକାଶଥାଉକି କିଛି ମାସ ତଳେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ବେଳେ ଅନେକ ଯବାନଙ୍କ ଜୀବନକୁ ବଞ୍ଚାଇବାକୁ ଯାଇ ଆର୍ମି ଡଗ୍‌ ‘ଆକ୍ସେଲ’ ଦେଶ ପାଇଁ ସହିଦ ହୋଇଥିଲା। ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ‘ଆକ୍ସେଲ’ଙ୍କ ମୃତ୍ୟୁ ହୋଇଥିଲା।

Zoom Army Dog
Advertisment
Advertisment