• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଲେ ଅନେକ ଯବାନଙ୍କ ଜୀବନ । ସେନାବାହିନୀର କୁକୁର ‘ଆକ୍ସେଲ’ ଦେଶ ପାଇଁ ସହିଦ ହୋଇଛନ୍ତି । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ‘ଆକ୍ସେଲ’ଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଆଜି ତାଙ୍କୁ ସସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଛି ।

ସୂଚନା ଅନୁସାରେ, ଆଜି ଜାମ୍ମୁକଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ । ଏଥିରେ ସେନାବାହିନୀର ତୀକ୍ଷ୍ଣ କୁକୁର ‘ଆକ୍ସେଲ’କୁ ମଧ୍ୟ ନିୟୋଜିତ କରାଯାଇଥିଲା ।
ଏନେଇ ସେନା ଅଧିକାରୀ ସେନା କହିଛନ୍ତି, ‘ ବିଲ୍ଡିଂ କ୍ଲିୟରାନ୍ସ ଅପରେସନ୍ ସମୟରେ ‘ଆକ୍ସେଲ’କୁ ନିୟୋଜିତ କରାଯାଇଥିଲା । ଯାହା ପରେ ଆତଙ୍କବାଦୀ ରହୁଥିବା ଏକ ବିଲ୍ଡିଂରେ ‘ଆକ୍ସେଲ’ ପ୍ରବେଶ କରିଥିଲା । ସେହିସମୟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ହଠାତ୍ ଗୁଳି ବାଜିବା ପରେ ସେ ତଳେ ପଡ଼ିଯାଇଥିଲା। ଆଉ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

‘ଆକ୍ସେଲ’ ଶରୀରରେ ୧୦ଟି ଗୁଳି ବାଜିଥିବାର ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ତେବେ ଆଜି ଫୋର୍ସ କମାଣ୍ଡର ‘ଆକ୍ସେଲ’କୁ ଅନ୍ତିମ କାଳୀନ ବିଦାୟ ଦେଇଥିଲେ । ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କୁ ସମ୍ମାନ ଜଣାଇଛନ୍ତି।