ପାକିସ୍ତାନ ସହ ଚରମ ଉତ୍ତେଜନା ମଧ୍ୟରେ ଶତ୍ରୁକୁ କଡ଼ା ଚେତାବନୀ ଦେଲା ଭାରତ । ଏଣିକି ଆତଙ୍କୀ କାର୍ଯ୍ୟକୁ 'ଆକ୍ଟ ଅଫ୍ ୱାର' ବା ଯୁଦ୍ଧ ବୋଲି ଘୋଷଣା କରାଯିବ । ଭବିଷ୍ୟତରେ ଯେକୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ ଏବଂ ସେହି ଅନୁସାରେ ଏହାର ଉଚିତ୍ ଜବାବ ଦିଆଯିବ । ଆଜି ଭାରତ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିପାତ, ମୃତକ ମଧ୍ୟରେ ମାସୁଦ ଶାଳକ...
ସୂତ୍ର ଅନୁସାରେ, ମୋଦି ସରକାର ସଫା ସଫା କହିଛନ୍ତି, ଭବିଷ୍ୟତରେ ଯଦି କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟ ଘଟେ, ତାହେଲେ ଏହାକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ଧରାଯିବ । ସେହି ଅନୁସାରେ ଶତ୍ରୁକୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରେସନ ସିନ୍ଦୂର ପରଠୁ ପାକିସ୍ତାନର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଲଗାତାର ଡ୍ରୋନ, ମିସାଇଲ ଆକ୍ରମଣ ପରେ ଭାରତ ଏହି ନିଷ୍ପତ୍ତି ନେଇଛି ।
ଅନ୍ୟପଟେ ଆଜି ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି ଭାରତ ଓ ପାକିସ୍ତାନ । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଛି । ଭାରତୀୟ ସମୟ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି ।