Advertisment

India Started Trade War Against Pakistan: ପାକିସ୍ତାନ ଉପରେ ଭାରତ ପକାଇଲା ବାଣିଜ୍ୟିକ ବୋମା

ଗୋଟିଏ ଦିନରେ ପାକିସ୍ତାନକୁ ଚାରି ଚାରିଟି ବଡ଼ ଝଟ୍କା। ଶତ୍ରୁଦେଶ ଉପରେ ଭାରତର ବଡ଼ ବାଣିଜ୍ୟିକ ପ୍ରହାର। ପହଲଗାମ୍ ଆକ୍ରମଣ ପରଦିନ ଅଟ୍ଟାରୀ-ୱାଘା ବର୍ଡର ଦେଇ ସ୍ଥଳପଥ ବାଣିଜ୍ୟ କାରବାର ଉପରେ ଭାରତ କଟକଣା ଲଗାଇଥିବା ବେଳେ, ଏବେ ପାକିସ୍ତାନରୁ ସବୁ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲାଗିଛି। ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, ପାକିସ୍ତାନରେ ତିଆରି ହେଉଥିବା କିମ୍ବା ସେଠାରୁ ରପ୍ତାନୀ ହେଉଥିବା ସବୁ ପ୍ରକାର ସାମଗ୍ରୀ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର।

undefined

pak

Advertisment

ସାମରିକ ଯୁଦ୍ଧ ପୂର୍ବରୁ ପାକିସ୍ତାନ ଉପରେ ଭାରତ ପକାଇଲା ବାଣିଜ୍ୟିକ ବୋମା। ଆମଦାନୀ, ଜାହାଜ ଚଳାଚଳ, ଚିଠିପତ୍ର ଓ ପାର୍ସଲ ଆଦାନପ୍ରଦାନ ଉପରେ ରୋକ୍ ଲଗାଇ, ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସେପଟେ ପହଲଗାମ୍ ଆତଙ୍କୀଙ୍କୁ ଧରିବା ପାଇଁ ସେନା ବି ଦିନରାତି ଏକ୍ କରି ଅପରେସନ୍ ଚଳାଇଥିବା ବେଳେ, ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍। ୬ ସନ୍ଦିଗ୍ଧ ଆତଙ୍କୀ ଚେନ୍ନାଇରୁ ଶ୍ରୀଲଙ୍କା ଖସିଯାଉଥିବା ଗୁଇନ୍ଦା ସୂଚନା ପରେ, କଲମ୍ବୋରେ ଏକ ବିମାନ ଯାଞ୍ଚ କରାଯାଇଛି। ଏସବୁ ଭିତରେ ପୁଣି ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି କଡ଼ା ଚେତାବନୀ ।

Advertisment

ଗୋଟିଏ ଦିନରେ ପାକିସ୍ତାନକୁ ଚାରି ଚାରିଟି ବଡ଼ ଝଟ୍କା। ଶତ୍ରୁଦେଶ ଉପରେ ଭାରତର ବଡ଼ ବାଣିଜ୍ୟିକ ପ୍ରହାର। ପହଲଗାମ୍ ଆକ୍ରମଣ ପରଦିନ ଅଟ୍ଟାରୀ-ୱାଘା ବର୍ଡର ଦେଇ ସ୍ଥଳପଥ ବାଣିଜ୍ୟ କାରବାର ଉପରେ ଭାରତ କଟକଣା ଲଗାଇଥିବା ବେଳେ, ଏବେ ପାକିସ୍ତାନରୁ ସବୁ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲାଗିଛି। ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, ପାକିସ୍ତାନରେ ତିଆରି ହେଉଥିବା କିମ୍ବା ସେଠାରୁ ରପ୍ତାନୀ ହେଉଥିବା ସବୁ ପ୍ରକାର ସାମଗ୍ରୀ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର। ତେବେ ଅତ୍ୟାବଶ୍ୟକ କ୍ଷେତ୍ରରେ ଆମଦାନୀ ପାଇଁ କେନ୍ଦ୍ରର ଆଗୁଆ ଅନୁମତି ନେବାକୁ ପଡ଼ିବ। ସୂଚନା ଯୋଗ୍ୟ ଯେ, ଭାରତ ପାକିସ୍ତାନରୁ ତମ୍ବା ଓ ତମ୍ବା ସାମଗ୍ରୀ, ଫଳ, ବାଦାମ, ତୁଳା, ଲୁଣ, ସଲଫର୍, ବିଭିନ୍ନ ପଥର, ପ୍ଲାଷ୍ଟିକ୍, ଉଲ୍, କାଚ ସାମଗ୍ରୀ ଓ ପଶୁ ଚମଡ଼ା ଆଦି ଆମଦାନୀ କରିଥାଏ। ତେବେ ୨୦୧୯ ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନରୁ ଆମଦାନୀ ଉପରେ ୨ଶହ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଭାରତ। ଫଳରେ ସେବେଠାରୁ ଆମଦାନୀ ପରିମାଣ ଅତି ସଂକୁଚିତ ହୋଇ, ଗତବର୍ଷ ଏହା ୦.୦୦୦୧ ପ୍ରତିଶତରୁ ବି କମ୍ ଥିଲା। ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ପାକିସ୍ତାନରୁ ୪ ଲକ୍ଷ ୨୦ ହଜାର ଡଲାର୍ ସାମଗ୍ରୀ ଆମଦାନୀ କରିଥିଲା ଭାରତ।

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !

ଭାରତୀୟ ଆକାଶ ଉପର ଦେଇ ପାକିସ୍ତାନ ବିମାନ ଉଡ଼ାଣକୁ ମନା କରିବା ପରେ, ଜାହାଜ ଚଳାଚଳ ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ଏବଂ ଭାରତୀୟ ପତାକା ଲାଗିଥିବା ଜାହାଜକୁ ମଧ୍ୟ କୌଣସି ପାକିସ୍ତାନ ବନ୍ଦରକୁ ଯିବାକୁ ବାରଣ କରାଯାଇଛି। ଅତି ଜରୁରୀ କ୍ଷେତ୍ରରେ ଅନୁମତି ପାଇଁ କେସ୍-ଟୁ-କେସ୍ ଭିତ୍ତିରେ ବିଚାର କରାଯିବ ବୋଲି କହିଛି ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ। ଏସବୁ ଭିତରେ ଡାକ ବିଭାଗ ବି ଜାରି କରିଛି ବଡ଼ କଟକଣା। ପାକିସ୍ତାନରୁ ଆକାଶପଥ ଓ ସ୍ଥଳପଥରେ ସମସ୍ତ ପ୍ରକାର ଚିଠିପତ୍ର ଓ ପାର୍ସଲ୍ ଆଦାନ ପ୍ରଦାନ ବନ୍ଦ କରାଯାଇଛି।

Advertisment

ସେପଟେ ପହଲଗାମ୍ ନରସଂହାରକୁ ୧୨ ଦିନ ବିତିଥିବା ବେଳେ, ଆଜି ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍। ଜାମ୍ମୁ-କାଶ୍ମୀରରେ ସେନାର ତଲାସୀ ଅଭିଯାନ ଚରମରେ ଥିବା ବେଳେ, ପାକିସ୍ତାନ ଫେରିନପାରି ହୁଏତ ଶ୍ରୀଲଙ୍କା ଦେଇ ଖସିଯିବାକୁ ପ୍ଲାନ୍ କରୁଛନ୍ତି ଆତଙ୍କୀ। ଆଜି ଚେନ୍ନାଇରୁ ଏକ ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ବିମାନ କଲମ୍ବୋରେ ଲ୍ୟାଣ୍ଡ୍ କରିବା ପରେ ଏହାର ସିକ୍ୟୁରିଟି ସର୍ଚ୍ଚ ହୋଇଛି।ପହଲଗାମ୍ କାଣ୍ଡରେ ସଂପୃକ୍ତ ୬ ସନ୍ଦିଗ୍ଧ ଆତଙ୍କୀ ଏହି ବିମାନରେ ଯାଇଥାଇପାରନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ଶ୍ରୀଲଙ୍କାକୁ ଆଲର୍ଟ କରିବା ପରେ, ବନ୍ଦାରା ନାୟକେ ବିମାନବନ୍ଦରରେ ଦିନ ପ୍ରାୟ ୧୨ଟା ବେଳେ ଏହାକୁ ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ଶ୍ରୀଲଙ୍କାର ବାୟୁସେନା, ପୋଲିସ ଓ ଏୟାରପୋର୍ଟ ସିକ୍ୟୁରିଟି। ତେବେ ସେଭଳି କେହି ସନ୍ଦିଗ୍ଧ ଠାବ ହୋଇନଥିବା ସୂଚନା ମିଳିଛି। ଏପଟେ ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ, ପୁଣି କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି- ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଦୃଢ଼ପରିକର।

ଭାରତ ଗୋଟିକ ପରେ ଗୋଟିଏ ପ୍ରହାର ଭିତରେ କାଉଳିବାଉଳି ହେଉଥିବା ପାକିସ୍ତାନ, ଏଲ୍ଓସିରେ ଲଗାତାର ୯ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି । ସେପଟେ ଭାରତ ଆଗରେ ଫୁଟାଣି ମାରିବା ପାଇଁ, ଏକ ୪୫୦ କିଲୋମିଟର ରେଞ୍ଜର ବାଲିଷ୍ଟିକ୍ ମିଜାଇଲ୍ ଅବଦଲୀ ଟେଷ୍ଟ୍ କରିଥିବା ଦାବି କରିଛି। ଆଉ ଏହି ସମରାଭ୍ୟାସର ନାଁ ରଖିଛି ଇଣ୍ଡସ୍ ବା ସିନ୍ଧୁ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନୀ ମହିଳାଙ୍କୁ ବିବାହ କରି ତଥ୍ୟ ଲୁଚାଇଥିଲେ, ମୁନିରଙ୍କୁ ବାସନ୍ଦ କଲା ସିଆରପିଏଫ

Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ