Advertisment

Poverty Reduction in India: ଭାରତରେ କମିଛି ଅତ୍ୟଧିକ ଦାରିଦ୍ର୍ୟ ହାର

ବିଶ୍ବବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ କରିଥିଲା । ଦୈନିକ ଆୟ ୨.୧୫ ଡଲାରରୁ ବଢାଇ ଏହାକୁ ୩ ଡଲାର କରିଥିଲା । ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଦେଶରେ କମିଛି ଦାରିଦ୍ର୍ୟତା

ଦେଶରେ କମିଛି ଦାରିଦ୍ର୍ୟତା

ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦାରିଦ୍ର୍ୟ । ବିଶ୍ବ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩ ପ୍ରତିଶତକୁ ଖସିଛି । ୨୦୧୧-୧୨ରେ ଏହି ହାର ୨୭.୧ ପ୍ରତିଶତ ଥିଲା । ଅର୍ଥାତ ଅତ୍ୟଧିକ ଗରିବୀ ସୀମାରେଖାରେ ଥିବା ଜନସଂଖ୍ୟା ଏହି ସମୟରେ ୩୪.୪୪ କୋଟିରୁ ସାଢେ ୭ କୋଟିକୁ ହ୍ରାସ ପାଇଛି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ତାରିଖ ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ବିଶ୍ବବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ କରିଥିଲା । ଦୈନିକ ଆୟ ୨.୧୫ ଡଲାରରୁ ବଢାଇ ଏହାକୁ ୩ ଡଲାର କରିଥିଲା । ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪ ପ୍ରତିଶତରୁ ୨.୮କୁ ଖସିଥିବାବେଳେ ସହରାଞ୍ଚଳରେ ଏହା ୧୦.୭ରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମବଙ୍ଗରେ ଦାରିଦ୍ର୍ୟ ହାରରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି ।

Advertisment
India World Bank Poverty
Advertisment
Related Articles
Advertisment