kasab
ଜମ୍ମୁ କାଶ୍ମୀରରପହଲଗାମରେ ହୋଇଥିବା ଆତଙ୍କୀ ନରସଂହାରର ଜବାବ ଦେଇଛି ଭାରତୀୟ ସେନା। ଅପରେସନ ସିନ୍ଦୁରରେ ଭାରତୀୟ ସେନା କଡା ଜବାବ ଦେଇ ଏକକାଳୀନ ୯ଟି ଆତଙ୍କବାଦୀ ବେସ ଉପରେ କରିଥିଲା ଆକ୍ରମଣ। ଏହା ମଧ୍ୟରେ ସାମିଲ ଥିଲା ମୁର୍ଡିକେ ମରକଜରେ ଥିବା ଲସ୍କର ଏ ତୋଏବାର ଟ୍ରେନିଂ ସେଣ୍ଟର। ଏହାକୁ ମଧ୍ୟ ଉଡାଇ ଦିଆଯାଇଥିଲା। ଏହି ଟ୍ରେନିଂ ସେଣ୍ଟର ଜରିଆରେ ଲସ୍କର ଓ ଜୈସ ଏ ମହମ୍ମଦ ଆତଙ୍କୀ ତିଆରି ଫ୍ର୍ୟାକ୍ଟ୍ରି ଚଳାଇଥିଲେ। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଲାହୋରରେ ଏହି ଟ୍ରେନିଂ ସେଣ୍ଟର ଅବସ୍ଥିତ। ମୁର୍ଡିକେ ସହରର ଏକ ପ୍ରସିଦ୍ଧ ମସଜିଦ ହେଉଛି ଏହି ସ୍ଥାନ। ଧର୍ମ ଆଢୁଆଳରେ ଆତଙ୍କୀ ସୃଷ୍ଟି କରାଯାଉଥିବା ବେଳେ ଏହାକୁ ସମୂଳେ ଧ୍ବଂସ କରିଛି ଭାରତୀୟ ସେନା।
ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚା
ମୁର୍ଡିକେ ମରକଜ ପାକିସ୍ତାନର ଆତଙ୍କବାଦୀଙ୍କ ପାଇଁ ଥିଲା ହୋମ ଗ୍ରାଉଣ୍ଡ। ଏଠାରେ ପ୍ରଶିକ୍ଷଣ ନେଇ ଆତଙ୍କବାଦୀ ମାନେ ସମଗ୍ର ବିଶ୍ବରେ ନରସଂହାର କରୁଥିଲେ। ଏପରିକି ୨୦୦୮ ମୁମ୍ବାଇ ଆକ୍ରମଣର ଆକ୍ରମଣକାରୀ ମାନେ ମଧ୍ୟ ଏଠାରେ ଟ୍ରେନିଙ୍ଗ ନେଇଥିଲେ। ୨୦୦୮ ନଭେମ୍ବର ୨୬ ତାରିଖରେ ଥରିଉଠିଥିଲା ମାୟାନଗରୀ ମୁମ୍ବାଇ। ଲସ୍କର-ଏ-ତୋଏବା ଦ୍ୱାରା ତାଲିମପ୍ରାପ୍ତ ୧୦ ଆତଙ୍କୀ ସମୁଦ୍ରପଥରେ ମୁମ୍ବାଇରେ ପହଞ୍ଚିଥିଲେ, ଆଉ ରଚିଥିଲେ ଆତଙ୍କର ବିଭୀଷିକା । ହୋଟେଲ୍ ତାଜ୍, ଓବରଏ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମାନ ହାଉସ ଭଳି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆଖିବୁଜା ଗୁଳିମାଡ଼ କରିବା ସହ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୧୭୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୩ଶହରୁ ଅଧିକ ଆହତ ହୋଇଥିଲେ । ଆକ୍ରମଣ ସ୍ଥଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ସବୁ ଆତଙ୍କୀ ପ୍ରାଣ ହରାଇଥିବା ବେଳେ, ଏକମାତ୍ର ଅଜମଲ କସାବ ଜୀବନ୍ତ ଅବସ୍ଥାରେ ଧରାପଡ଼ିଥିଲା। ପରବର୍ତ୍ତୀ ସମୟରେ କସାବକୁ ନଭେମ୍ବର ୨୧, ୨୦୧୨ରେ ଫାଶୀ ଖୁଣ୍ଟରେ ଝୁଲା ଯାଇଥିଲା।
୯ ଆତଙ୍କବାଦୀ ଆଡ୍ଡାରେ ହୋଇଥିବା ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶତାଧିକ ଆହତ ମଧ୍ୟ ହୋଇଛନ୍ତି । ରାତି ପ୍ରାୟ ୧.୦୫ ମିନିଟରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ଏକାକାଳୀନ ୯ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆକ୍ରମଣ କରାଯାଇଛି ।
ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ତିନି ସେନାର ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା। ଆଟାକରେ ଭାରତୀୟ ସେନା ଡ୍ରୋନ ବ୍ୟବହାର କରିଥିଲେ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆକ୍ରମଣ କରାଯାଇଛି। ପାକିସ୍ତାନ ଏହାର କଡ଼ା ଜବାବ ଦେବ। ଏଲଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ସେଲିଂ ମାଡ କରାଯାଉଥିବା ବେଳେ ୯ ଜଣା ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kasab_1746604552.jpg)