Advertisment

India's Restrictions on Pakistan: ଅସ୍ତ୍ରବିରତି ପରେ ବି ଛଟପଟ ହେବ ପାକ୍‌, ବଳବତ୍ତର ରହିବ ଭାରତର କଟକଣା

ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଥିଲା । ତେବେ ବର୍ତ୍ତମାନ ଯୁଦ୍ଧବିରତି ପରେ ମଧ୍ୟ ଏହା ଜାରି ରହିବ ।

author-image
Santosh Kumar Sahoo
ଅସ୍ତ୍ରବିରତି ହେଲା, ତ୍ରାହି ତ୍ରାହି ଡାକିବ ପାକିସ୍ତାନ

ଅସ୍ତ୍ରବିରତି ହେଲା, ତ୍ରାହି ତ୍ରାହି ଡାକିବ ପାକିସ୍ତାନ

ଅସ୍ତ୍ରବିରତି ପରେ ବି ଛଟପଟ ହେବ ପାକିସ୍ତାନ । ବଳବତ୍ତର ରହିବ ଭାରତର କଟକଣା । ଛଡ଼ା ଯିବନି ସିନ୍ଧୁ ପାଣି, ଖୋଲିବନି ଅଟାରୀ ସୀମା । ତିନି ଦିନର ଗୁଳିଗୋଳା ବର୍ଷଣ ପରେ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସୀମାରେ ଫେରିଛି ଶାନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଅସ୍ତ୍ରବିରତି । ହେଲେ ଏବେ ବି ଶାନ୍ତିରେ ନିଶ୍ୱାସ ମାରି ପାରିବନି ଆତଙ୍କୀ ରାଷ୍ଟ୍ର । ପାଣି ପାଇଁ ହେବ ଛଟପଟ । ସହିବ କ୍ଷତି ଉପରେ କ୍ଷତି । ସଳଖି ପାରିବନି ଅଣ୍ଟା । ଭାରତ ସହ ପଙ୍ଗା ନେବାର ପରିଣାମ ଭୋଗିବ ପାକିସ୍ତାନ । ଅସ୍ତ୍ରବିରତି ହେଲେ ବି ହଟିବନି କଟକଣା । ପାକିସ୍ତାନ ଉପରେ ଭାରତ ଲଗାଇଥିବା ସବୁ ପ୍ରତିବନ୍ଧକ ବଳବତ୍ତର ରହିବ ।

Advertisment

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଥିଲା । ତେବେ ବର୍ତ୍ତମାନ ଯୁଦ୍ଧବିରତି ପରେ ମଧ୍ୟ ଏହା ଜାରି ରହିବ । ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାର ନିଷ୍ପତ୍ତି ବି ବଳବତ୍ତର ରହିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ ରହିବ । ଦୁଇ ଦେଶ ମଧ୍ୟରେ ରପ୍ତାନି ଏବଂ ଆମଦାନି ଏବେ ଆରମ୍ଭ ହେବ ନାହିଁ । ସେହିପରି ଅଟାରୀ-ୱାଘା ସୀମା ଚେକ୍‌ପୋଷ୍ଟ ମଧ୍ୟ ଖୋଲିବନି ।

ସେହପରି ଭାରତ ଆକାଶରେ ଉଡିପାରିବନି ପାକିସ୍ତାନୀ ବିମାନ । ପାକିସ୍ତାନୀ ଜାହାଜ ଚଳାଚଳ ବି ବନ୍ଦ ରହିବ । ପାକିସ୍ତାନରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ହେବନି। ଚିଠିପତ୍ର ଓ ପାର୍ସଲ ଆଦାନପ୍ରଦାନ ହୋପାରିବନି। ପାକିସ୍ତାନୀ ୟୁଟ୍ୟୁବ ଚାନେଲ କଟକଣା ଜାରି ରହିବ। ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ବି ବ୍ୟାନ୍‌ ଉଠିବନି ।

Advertisment

ସୂଚନା ଅନୁସାରେ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ୨୩ ତାରିଖରେ ଏହି ସବୁ କଟକଣା ପାକିସ୍ତାନ ବିରୋଧରେ ଘୋଷଣା କରାଯାଇଥିଲା । ତେବେ ମେ’ ୧୨ରେ ଦୁଇ ଦେଶର DGMOଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାର ନିର୍ଯାସ ଏବଂ ନିଷ୍ପତ୍ତି ପରେ ହିଁ ଏସବୁ କଟକଣା ବଳବତ୍ତର ରହିବ ନା ପ୍ରତ୍ୟାହୃତ ହେବ ସ୍ପଷ୍ଟ ହେବ ।

India Pakistan
Advertisment
Advertisment