/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733550479.jpg)
India's First Selfie
ଆଜି କାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଛି । ସମସ୍ତେ ସେଲଫି ବି ନେଉଛନ୍ତି । ହେଲେ ଆପଣ ଜାଣନ୍ତି କି ଏ ସେଲଫି ମାନିଆ କେବେଠୁ ଆରମ୍ଭ ହୋଇଛି । ଆଉ ଆମ ଭାରତରେ ପ୍ରଥମେ କିଏ ସେଲ୍ଫି ନେଇଛନ୍ତି ? ସେଲ୍ଫି ଆଉ ସ୍ମାର୍ଟ ଫୋନ୍ କଥା ଉଠିଲେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ଏଇ ୧୦ କି ୧୫ ବର୍ଷ ପୂର୍ବରୁ ତ ସ୍ମାର୍ଟ ଫୋନ୍ ଆସିଥିଲା, ପ୍ରଥମ ସେଲ୍ଫି ବି ସେଇ ସମୟରେ ନିଆଯାଇଥିବ ।
ହେଲେ ଯଦି ଆପଣ ଏମିତି କିଛି ଭାବୁଥିବେ, ତାହେଲେ ସମ୍ପୂର୍ଣ୍ଣ ଭୁଲ । କାହିଁକି ଜାଣନ୍ତି ? ୧୮୮୦ ମସିହାରେ ପ୍ରଥମ ସେଲଫି ନିଆଯାଇଥିଲା । ଆଉ କିଏ ନେଇଥିଲେ ଜାଣିଲେ ନିଶ୍ଚୟ ଆପଣ ଚକିତ ହୋଇଯିବେ । ଭାରତରେ ପ୍ରଥମଥର ପାଇଁ ଉନ୍ନବିଂଶ ଶତାବ୍ଦୀରେ ସେଲ୍ଫି ନିଆଯାଇଥିଲା ।
ଏହାସହ ପଢ଼ନ୍ତୁ: ଟଙ୍କା ଦେବେ କହି, ଖାଲି କରି ଦେଉଛନ୍ତି ଆକାଉଣ୍ଟ !
ତ୍ରିପୁରାର ମହାରାଜା ବୀରଚନ୍ଦ୍ର ମାଣିକ୍ୟ ଓ ତାଙ୍କ ମହାରାଣୀ ଖୁମାନ୍ ଚାନୁ ମନମୋହିନୀ ଦେବୀ ନିଜେ ସେଲ୍ଫି ନେଇଥିଲେ । ଆପଣ ଭାବୁଥିବେ ସେତେବେଳେ କେମିତି ସ୍ମାର୍ଟ ଫୋନ୍ ଆସିଲା ? ସ୍ମାର୍ଟ ଫୋନ୍ ତ ଏଇ କିଛି ବର୍ଷ ହେବ ଆସିଛି । ହଁ ସ୍ମାର୍ଟ ଫୋନ୍ ଏଇ କିଛି ବର୍ଷ ହେବ ଆସିଥିଲେ ମଧ୍ୟ ସେହି ସମୟରେ ମହାରାଜା ବୀରଚନ୍ଦ୍ର ମାଣିକ୍ୟ ତାଙ୍କ ନିକଟରେ ଏକ କ୍ୟାମେରା ରଖିଥିଲେ । ଯେଉଁଥିରେ ଉଭୟ ଏକାଠି ମିଶି ସେଲ୍ଫି ନେଇଥିଲେ ।
ଏହି ରାଜାଙ୍କ ବିଷୟରେ ଆହୁରି ଜାଣିବା କଥା ହେଉଛି, ୧୮୮୦ ପାଖାପାଖି ତ୍ରିପୁରାର ଅଗରତାଲା ରାଜପ୍ରାସାଦରେ ସେ ପ୍ରଥମ ସେଲ୍ଫି ଉଠାଇଥିଲେ । ଆଉ ଏହି ମହାରାଜା ଓ ମହାରାଣୀଙ୍କୁ ଆର୍ଟ ଓ ଫଟୋଗ୍ରାଫି ଖୁବ୍ ପସନ୍ଦ ଥିଲା । ଫଟୋ ଉଠାଇଥିବା ବେଳେ ତାଙ୍କ ହାତରେ ଟ୍ରିଗରିଂ ଡିଭାଇସ୍ ଧରିଥିବା ଦେଖିବାକୁ ମିଳିଛି । ଡିଭାଇସ୍ରେ ଲିଭର ଯୋଡ଼ା ଯାଇଥିଲା ଏବଂ ଏକ ତାର କ୍ୟାମେରାକୁ ସଂଯୋଗ କରାଯାଇଥିଲା । ଏହି ଡିଭାଇସ୍ଟି ଟାଣିବା ଦ୍ୱାରା ଫଟୋ ଉଠିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)