/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748507636.jpg)
Chinese CCTV
ଚାଇନିଜ୍ ସିସିଟିଭିକୁ ସାବଧାନ। ଚୀନ ନିର୍ମିତ ସିସିଟିଭିରେ ହେଉଛି ଭାରତର ଜାସୁସୀ। ଗୁପ୍ତଚର ଚାଲ୍ ଖେଳୁଛି ବଦମାସ ଚୀନ୍। ଭାରତର ଗୁପ୍ତ ତଥ୍ୟ ଚୋରି କରୁଛି ଚୀନ। ତେଣୁ ଏହାର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବା ସହ ଚୀନ ଗାଲରେ ଭାରତ ମାରିଛି ଶକ୍ତ ଚାପୁଡା। ଏଣିକି ଭାରତରେ ସରକାରୀ ଲାବରେ ବିଦେଶ ନିର୍ମିତ ସିସିଟିଭି ଓ ଅନ୍ୟାନ୍ୟ ନିରୀକ୍ଷଣ ଉପକରଣର ପରୀକ୍ଷା କରାଯିବ। ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା।
ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, CCTV ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ଏବେ ପରୀକ୍ଷା ପାଇଁ ସରକାରୀ ଲ୍ୟାବରେ ହାର୍ଡୱେୟାର୍, ସଫ୍ଟୱେୟାର୍ ଓ ସୋର୍ସ କୋଡ୍ ଦାଖଲ କରିବେ। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଆଇଟି ଇଣ୍ଡଷ୍ଟ୍ରିଜରେ ବଡ଼ ହଲଚଲ ଦେଖାଦେଇଛି। ଚୀନର ହିକଭିଜନ୍, ସାଓମୀ ଓ ଦାହୁଆ, ଦକ୍ଷିଣ କୋରିଆର ହନୱା ଓ ଆମେରିକାର ମୋଟରୋଲା ସଲ୍ୟୁସନ୍ସ ଭଳି କମ୍ପାନୀଗୁଡ଼ିକୁ ଭାରତର ସରକାରୀ ଲ୍ୟାବରେ ସେମାନଙ୍କର CCTV କ୍ୟାମେରା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାପରେ ସେମାନଙ୍କୁ ଭାରତରେ ବିକ୍ରି କରିବାକୁ ଅନୁମତି ଦିଆଯିବ। ଏପ୍ରିଲ ୯ରୁ ଏହି ନିୟମ ଲାଗୁ ହୋଇଛି।
ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର
ଏପ୍ରିଲ ୩ରେ ଭାରତୀୟ ଅଧିକାରୀମାନେ ମୋଟରୋଲା, ହନୱା, ହନିୱେଲ୍, ବୋସ ଓ ସାଓମୀ ସମେତ ୧୭ଟି ବିଦେଶୀ ଓ ଘରୋଇ କମ୍ପାନୀର ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଏକ ବୈଠକ କରିଥିଲେ। ସରକାରଙ୍କ ନୂତନ ନିୟମକୁ ବିରୋଧ କରିଥିଲେ ଅଧିକାଂଶ କମ୍ପାନୀ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ସମୟ ମାଗିଥିଲେ। କିନ୍ତୁ ସରକାର କମ୍ପାନୀଗୁଡ଼ିକର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। CCTV ନିର୍ମାଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ହାଇ ସିକ୍ୟୁରିଟି ଟେଷ୍ଟିଂ ଓ ଅନୁମୋଦନରେ ବିଳମ୍ବ ଯୋଗୁଁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ରିପୋର୍ଟ ଅନୁସାରେ ଏବେ ଦିଲ୍ଲୀର ବିଭିନ୍ନ ଲୋକେସନରେ ପ୍ରାୟ ୨୫ ହଜାର ସିସିଟିଭି ଲାଗିଛି। ସିସିଟିଭିରେ ଲାଗିଥିବା ୮୦ ପ୍ରତିଶତ ସାମଗ୍ରୀ ଚୀନର ବୋଲି ଜଣାପଡିଛି। ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଚୀନ୍ ଟେକ୍ନୋଲୋଜି ଦ୍ବାରା ଗୁପ୍ତଚର କାର୍ଯ୍ୟକଳାପ ରୋକିବାକୁ ମୋଦି ସରକାର ଏମିତି ବଡ଼ ପଦକ୍ଷେପ ନେଇଛନ୍ତି। ଏଥିସହ ମେକ୍ ଇନ୍ ଇଣ୍ଡିଆକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)